ସାର ଯୋଗାଣ ନେଇ ସମୀକ୍ଷା କଲେ ଜିଲ୍ଲାପାଳ

Aug 8, 2018 - 17:46
 131
ଅନୁଗୋଳ,୮/୮ (ଗ୍ଧଗ୍ଦଳଜ୍ଞଝକ୍ତହ): ଜିଲ୍ଲାରେ ସାର ଯୋଗାଣ ଓ ଚାଷ ପାଇଁ ସାର ଉପଲବ୍ଧ ଉପରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସମାଲ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମୀକ୍ଷା କରିଛନ୍ତି । ଜିଲ୍ଳାରେ ବର୍ତ୍ତମାନ ଆବଶ୍ୟକ ତୁଳନାରେ ଯଥେଷ୍ଟ କମ ୟୁରିଆ ସାରର ଆବଶ୍ୟକତା ଥିବା ସ୍ଥଳଳେ ୧୪୯୨.୮ ଟନ ୟୁରିଆ ସାର ଉପଳବ୍ଧ ହୋଇଥିଲା । ଅବଶିଷ୍ଠ ୩୦୫୧ ଟନ ୟୁରିଆ ସାର ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଉପସ୍ଥିତ ସାର ଯୋଗାଣ କମ୍ପାନୀର ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସାର ପରିମାଣକୁ ଆସନ୍ତା ୩ସପ୍ତାହ ମଧ୍ୟରେ ୩ଟି କିସ୍ତିରେ ଚାଷୀମାନଙ୍କୁ ବିତରଣ କରିବା ନିମନ୍ତେ ଯୋଗାଇ ଦେବାକୁ ସ୍ଥିର କରାଯାଇଛି । ଅନୁଗୋଳରେ ସାର ପାଇଁ ର୍ୟାକ ପଏଣ୍ଟର ବ୍ୟବସ୍ଥା ନଥିବାରୁ କଟକ କିମ୍ବା ସମ୍ବଲପୁରରୁ ସାର ଅଣାଯାଉଥିବାରୁ ଅସୁବିଧା ସୃଷ୍ଟି ହେଉଛି । ଏଣୁ ଅନୁଗୋଳରେ ଏକ ର୍ୟାକ ପଏଣ୍ଟ ତୁରନ୍ତ କରାଯିବା ନିମନ୍ତେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଅନୁରୋଧ କରାଯିବା ସହ ପି ଓ ଏସ ଯନ୍ତ୍ର ବ୍ୟବହାର କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ହସଂପୃକ୍ତ ଉପଜିଲ୍ଲାପାଳଙ୍କ ଦ୍ୱାରା ସ୍ୱତନ୍ତ୍ର ସ୍କାଡର଼୍ ଗଠନ କରାଯାଇ ଏହାକୁ କଡ଼ା କଡ଼ି ଭାବେ ତଦାରଖ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଉପ କୃଷି ନିଦେ୍ର୍ଧଶକ ଶ୍ରୀ ବିଜୟ କୁମାର ମହାପାତ୍ର ଜିଲ୍ଲାରେ ପାଣିପାଗ ଓ ଚାଷ ପ୍ରଦ୍ଧତି ତଥା ସାରୀ ବ୍ୟବହାର ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅନୁଗୋଳ ଜିଲ୍ଲଶ କୃଷି ଅଧିକାରୀ ଶ୍ରୀ ଭୋଳା ଶଙ୍କର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୀକ୍ଷା ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର କ୍ଷେତ୍ର ଅଧିକାରୀ ଇଫକୋ, ପିପିଏଲ କମ୍ପାନୀର ପ୍ରତିନିଧି ଓ ସାରର ପାଇକାରୀ ବିକ୍ରେତାମାନେ ଯୋଗ ଦେଇଥିଲେ ।