କାଗଜ କଳ ଦାବିରେ ଗଣଆନେ୍ଦାଳନ ପ୍ରସ୍ତୁତି

Jun 23, 2018 - 14:37
 211
କାଗଜ କଳ ଦାବିରେ ଗଣଆନେ୍ଦାଳନ ପ୍ରସ୍ତୁତି
ବାରିପଦା:୨୨/୦୬(ସକାଳଖବର): ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଶିଳ୍ପ ଓ କଳ କାରଖାନା ପ୍ରତିଷ୍ଠା କରାଇବାରେ ସଫଳ ହୋଇପାରି ନ ଥିବାରୁ ଜିଲ୍ଲାରେ ବେକାରୀ ସମସ୍ୟା ଉଦବେଗ ଜନକ ହୋଇପଡ଼ିଛି । ପ୍ରତ୍ୟେକ ବର୍ଷ ଜିଲ୍ଲାରୁ ଶହଶହ ସଂଖ୍ୟାରେ ଜନତା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତେଣୁ ମୟୂରଭଞ୍ଜବାସୀଙ୍କ ସ୍ୱାର୍ଥ ସାଧାନ ନିମନ୍ତେ ସଦାସର୍ବଦା ସଂଗ୍ରାମ ଚଳାଇ ଆସୁଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନୀରବ ଦ୍ରାଷ୍ଟା ସାଜି ପାରିବ ନାହିଁ । ଜିଲ୍ଲାର ଶୁଳିଆପଦା ବ୍ଲକ ଅଞ୍ଚଳରେ ଏକ ବୃହତ୍ତ କାଗଜ କଳ ପ୍ରତିଷ୍ଠା ହୋଇ ପାରିଲେ କେତେକ ପରିମାଣରେ ବେକାରୀ ସମସ୍ୟା ଦୂର ହୋଇ ପାରିବ । ଉକ୍ତ ବୃହତ୍ତ କାଗଜକଳ ପ୍ରତିଷ୍ଠା ନିମନ୍ତେ ଶୁଳିଆପଦା ଓ ତାର ଆଖପାଖ ଅଞ୍ଚଳରେ ଆବଶ୍ୟକୀୟ କଞ୍ଚାମାଲ ବହୁଳ ପରିମାଣରେ ଭରପୁର ରହିଅଛି । ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷର ସବୁ ସମୟରେ ପ୍ରଚୁର ପରିମାଣରେ ବାଉଁଶ ଉପôାଦିତ ହୋଇଥାଏ ଏବଂ ଏହା ଶସ୍ତାରେ ବାହାର ରାଜ୍ୟ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି । ସେହିପରି ସବାଇଘାସ ଜିଲ୍ଲାର ପ୍ରାୟତଃ ସମସ୍ତ ବ୍ଲକମାନଙ୍କରେ ଉପôାଦିତ ହୋଇଆସୁଛି । ତେଣୁ ଏଙ୍ଖାରେ ଏକ କାଗଜକଳ ପ୍ରତିଷ୍ଠା ଦାବିରେ ଦଳ ପକ୍ଷରୁ ଅଗଷ୍ଟ ୭ରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ପ୍ରଦର୍ଶନର ଡ଼ାକରା ଦେଇଛି । ଏହି ପରିପ୍ରେକ୍ଷୀରେ ଝାମୁମୋ କେନ୍ଦ୍ରୀୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।