ଜିଲା ପରିଷଦ ଉପାଧ୍ୟକ୍ଷାଙ୍କ ପଦ ଅସିଦ୍ଧ ଉପରେ ହାଇକୋର୍ଟଙ୍କ ରହିତାଦେଶ

Aug 24, 2018 - 14:39
 206
ଜିଲା ପରିଷଦ ଉପାଧ୍ୟକ୍ଷାଙ୍କ ପଦ ଅସିଦ୍ଧ ଉପରେ ହାଇକୋର୍ଟଙ୍କ ରହିତାଦେଶ
କଟକ,୨୪ା୮(ସକାଳଖବର): ନବରଙ୍ଗପୁର ଜିଲା ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଜିଲା ଓ ଦୌରାଜଜ ଦେଇଥିବା ରାୟ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ହାଇକୋର୍ଟ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତିଙ୍କ ଅପିଲ ଉପରେ ଶୁଣାଣି କରି ରହିତାଦେଶ ଜାରି କରିଛନ୍ତି । ଏଥିସହ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ଜବାବ ରଖିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ତରଣୀକାନ୍ତ ବିଶ୍ୱାଳ ଓ ପୁଷ୍ପରାଜ ଭରଦ୍ୱାଜ ମାମଲା ପରିଚାଳନା କରୁଛନ୍ତି ।