୨ ଅଭିଯୁକ୍ତଙ୍କୁ ମିଳିଲା ସଲୟର୍ଲମୂଳକ ଜାମିନ

Aug 24, 2018 - 14:38
 183
୨ ଅଭିଯୁକ୍ତଙ୍କୁ ମିଳିଲା ସଲୟର୍ଲମୂଳକ ଜାମିନ
କଟକ,୨୪ା୮(ସକାଳଖବର):ବନାବିରା ଗୁଳିକାଣ୍ଡ ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଓଡ଼ିଶା ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟପ୍ରକାଶ ଅଗ୍ରୱାଲ ଓ ନାରାୟଣ ପ୍ରଧାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସେମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପ୍ରତି ସପ୍ତାହରେ ଥରେ ତଦନ୍ତକାରୀ ଅଧିକାରୀଙ୍କୁ ଦେଖା କରିବେ ବୋଲି ସର୍ତ୍ତ ରହିଛି । ଆବେଦନକାରୀଙ୍କ ପକ୍ଷରୁ ସ୍ମୃତି ରଞ୍ଜନ ମହାପାତ୍ର ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ବିଜେପୁର ଉପ ନିର୍ବାଚନ ସମୟରେ ସୋହେଲା ବ୍ଲକ ବନାବିରା ଗାଁ ନିକଟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ସମେତ ୪ଜଣ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ସହ ଗୁଳି ଚଳାଯାଇଥିଲା । ତେବେ ସୋହେଲା ପୁଲିସ ଫେବୃୟାରୀ ମାସ ୨୩ତାରିଖରେ ଜୟପ୍ରକାଶ ଓ ୨୫ତାରିଖରେ ନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଠାରେ ସୂଚନାଯୋଗ୍ୟ ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ଜୟ ନରାୟଣ ମିଶ୍ରଙ୍କୁ ହାଇକୋର୍ଟ ଗତ ଜୁଲାଇ ମାସ ୧୭ତାରିଖରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।