ବିଦୁ୍ୟତ ବିଭାଗ ଜେଇଙ୍କୁ ଜେଲଦଣ୍ଡ ସହ ଜୋରିମାନା

Aug 14, 2018 - 20:59
 166
ବିଦୁ୍ୟତ ବିଭାଗ ଜେଇଙ୍କୁ ଜେଲଦଣ୍ଡ ସହ ଜୋରିମାନା
କଟକ, ୧୪ା୮(ସକାଳଖବର): ବିଦୁ୍ୟତ ଗ୍ରାହକଙ୍କ ଅର୍ଥ ଆତ୍ମସାତ ମାମଲାରେ କଟକ ଦ୍ୱିତୀୟ ଭିଜିଲାନ୍ସ କୋର୍ଟ ଜଜ ପ୍ରଶାନ୍ତ କୁମାର ଦାସ ରାୟ ପ୍ରକାଶ କରି ଅଭିଯୁକ୍ତ ଜେଇକୁ ୪ବର୍ଷ ଜେଲଦଣ୍ଡ ପ୍ରଦାନ କରିବା ସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅନାଦେୟ ଆହୁରି ୬ମାସ ଅଧିକ ଜେଲଦଣ୍ଡ ଭୋଗିବା ପାଇଁ ପଡିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପିପି ସେକ ନିଜାମୁଦ୍ଧିନ, ଏପିପି ସୌରାଜ୍ୟ କୁମାର ରାୟ ମାମଲା ପରିଚାଳନା କରୁଥିଲେ ।