ଜିଲା କୋର୍ଟରେ ଲୋକ ଅଦାଲତ ନୋହିଲା

Sep 8, 2018 - 17:49
 214
କଟକ,୮ା୯(ସକାଳଖବର): ସମଗ୍ର ରାଜ୍ୟରେ ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହୋଇଥିବାବେଳେ କଟକ ଜିଲା ଦୌରାଜଜ କୋର୍ଟରେ ଏହି ଲୋକ ଅଦାଲତ ଚାଲିପାରିନଥିଲା । କିଛି ଆଇନଜୀବୀ ଜିଲା କୋର୍ଟ ସମ୍ମୁଖରେ ଆନେ୍ଦାଳନ କରିବା ଫଳରେ ଜିଲା ଜଜ ଓ ଅନ୍ୟ ଜଜଙ୍କ ସମେତ କର୍ମଚାରୀମାନେ କୋର୍ଟ ଭିତରକୁ ପ୍ରବେଶ କରିପାରିନଥିଲେ । ଜଜମାନେ ଫାଟକ ସମ୍ମୁଖରେ କିଛି ସମୟ ଠିଆ ହୋଇ ରହିବା ପରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନରୁ ହଟିବା ପାଇଁ ଆଇନଜୀବୀଙ୍କୁ କହିଥିଲେ । ଫଳରେ ଆଇନଜୀବୀମାନେ ଜିଲା ଜଜଙ୍କ ସମେତ ଅନ୍ୟାନ୍ୟ ଜଜଙ୍କୁ କୋର୍ଟ ଭିତରକୁ ଛାଡିଥିଲେ ।