ଜିପିି ଗ୍ଲୋବାଲ ଓ ସେପସ୍ା ମଧ୍ୟରେ ବୁଝାମଣା

Jul 19, 2018 - 14:43
 129
ମୁମ୍ବାଇ,୧୮/୭: ମିଳିତ ଆରବ ଏମିରେଟ୍ସ (ୟୁଏଇ)ଭିତ୍ତିକ ଜିପି ଗ୍ଲୋବାଲର ସହଯୋଗୀ ଜିପି ଗ୍ଲୋବାଲ ଏନର୍ଜୀ ପ୍ରାଇଭେଟ ଲିମିଟେଡ (ଜିପିଜିଇପିଏଲ) ସ୍ପେନର ଅଗ୍ରଣୀ ତୈଳ କଂଗାନୀ ସେପସା ସହ ସହଯୋଗୀତା କରିଥିବା ବିଷୟ ଘୋଷଣା କରିଛି । ଏହି ସହଯୋଗୀତା ଅନୁଯାୟୀ ସେପସାର ସାମୁଦ୍ରିକ ତଥା ଶକ୍ତି ଉପôାଦନ ତୈଳାକ୍ତ ପଦାର୍ଥ ଭାରତରେ ପ୍ରସ୍ତୁତ କରିବା ସହ ଏହାର ବଜାର ଦାୟିତ୍ୱ ଜିପିଜିଇପିଏଲ ତୁଲାଇବ । ଏହି ବୁଝାମଣା ଅନୁଯାୟୀ ଜିପି ଗ୍ଲୋବାଲ ସେପସା ବ୍ରାଣ୍ଡର ତୈଳାକ୍ତ ଦ୍ରବ୍ୟ ଭାରତରେ ପ୍ରସ୍ତୁତ, ମିଶ୍ରଣ, ପ୍ୟାଜେଜିଂ, ଆମଦାନୀ ଓ ବିକ୍ରୟ ଆଦି ଦାୟିତ୍ୱ ତୁଲାଇବ । ଜିପି ଗ୍ଲୋବାଲ ଗ୍ରୁପ ଭାରତ ମୁଖ୍ୟ ଏମ.ପ୍ରଭାକରନ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଭାରତରେ ବନ୍ଦର ଆଧୁନିକୀକରଣ ଚାଲିଛି । ଏଥିସହ ଉପକୂଳ ସାମୁଦ୍ରିକ କାରବାର କାରବାର କ୍ଷେତ୍ରରେ ବିକାଶ ଘଟୁଛି । ଫଳରେ ନିଜ ସାମଗ୍ରୀ ପାଇଁ କଂପାନୀ ଏଠାରେ ଏକ ବଡ଼ ବଜାର ପାଇବା ସହ ଭାରତର ମେକ୍ ଇନ ଯୋଜନାକୁ ସାକାର କରିପାରିବ । ସ୍ପେନ ବାହାରେ ପ୍ରଥମ ଥର ପାଇଁ ଭାରତର ମୁମ୍ବାଇଠାରେ ସେପସା କାରଖାନାରୁ ଏହାର ବ୍ରାଣ୍ଡ ସାମଗ୍ରୀ ଉପôାଦନ ହେବ । ଏଠାରେ ଗୁଣାତ୍ମକ ମାନର ସାମଗ୍ରୀ ଉପôାଦନ କରାଯିବ । ଏହାଦ୍ୱାରା କଂପାନୀ ଉତ୍ତମ ବ୍ୟବସାୟିକ ସଫଳତା ମଧ୍ୟ ପାଇପାରିବ ବୋଲି କହିଛନ୍ତି ସେପସାର ମାର୍କେଟିଂ ଉପସଭାପତି ଆଲଭାରୋ ଡ଼ାଏଡ଼ ବିଲଡ଼ । ସେପସାର ଉପôାଦ ଏବେ ସ୍ପେନରୁ ବିଭିନ୍ନ ରାଷ୍ଟ୍ରକୁ ରପ୍ତାନୀ କରାଯାଉଛି । ୮୫ ବର୍ଷର ପୁରାତନ ସେପସାରେ ୧୦ହଜାର କର୍ମଚାରୀ କାର୍ଯ୍ୟରତ ।