ଏମ୍ଏସ୍ଏମ୍ଇ ବିଭାଗ ଅ ।ୟୋଜନ କରିବ ୫୦୦ଟି ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧˜୮ (ସକାଳଖବର): ଚଳିତ ଆର୍ଥିକ ବର୍ଷରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ୧୨ ଦିନ ଅବଧି ବିଶିଷ୍ଟ ୫୦୦ଟି ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମ ଜିଲ୍ଲା ଶିଳ୍ପ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଆୟୋଜନ କରିବ । ଏହା ଛଡ଼ା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରିବା ପାଇଁ ଯୁବକମାନଙ୍କୁ ସଶକ୍ତ ଓ ପ୍ରରୋଚିତ କରିବା ଉଦେ୍ଧଶ୍ୟରେ ସମାନ ସଂଖ୍ୟକ ଦିନ ତମାମ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବ୍ଲକମାନଙ୍କରେ ଗୋଟିଏ, ବିଜ୍ଞାପିତ ଅଂଚଳ ପରିଷଦ/ପୌର ପରିଷଦରେ ୨ଟି ଓ ପୌର ନିଗମମାନଙ୍କରେ ୫ଟି ଲେଖାଏଁ ଏହି ପରି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଂଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରି·ଳକମାନଙ୍କ ସମ୍ମିଳନୀରେ ଏହି ନିଷ୍ପତି ନିଅ ।ଯାଇଛି । ପ୍ରକ୍ରିୟା ଓ ଉତ୍ପାଦରେ ଉନ୍ନତି ଅ ।ଣିବା ପାଇଁ ଉଦ୍ୟୋଗ ଆଧାର ମେମୋରାଣ୍ଡମ୍(ୟୁଏଏମ୍), ଗଭର୍ଣ୍ଣମେଂଟ ଇମାର୍କେଟିଂ(ଜିଇଏମ୍) ଓ ଜିରୋ ଇଫେକ୍ଟ ଜିରୋ ଡିଫେକ୍ଟ(ଜେଡ୍ଇଡି)ରେ ପଞ୍ଜୀକୃତ ହେବା ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କୁ ଉତ୍ସାହିତ କରିବାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଂଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରି·ଳକମାନଙ୍କୁ ଏହି ସମ୍ମିଳନୀରେ ନିଦେ୍ର୍ଧଶ ଦିଆଯାଇଛି ।
ସମ୍ମିଳନୀର ବିବରଣୀରୁ ପ୍ରକାଶ ଯେ ଚଳିତ ବର୍ଷ ୭୩୧ କୋଟି ଟଙ୍କା ପୁଞ୍ଜିନିବେଶରେ ୮୭୧୧ଟି କ୍ଷୂଦ୍ର ଓମଧ୍ୟମ ଉଦ୍ୟୋଗ ଉତ୍ପାଦନ ଅ ।ରମ୍ଭ କରିଛନ୍ତି ଏବଂ ସେମାନେ ୪୩,୮୪୭ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମରେ ବାର୍ଷିକ ଲକ୍ଷ୍ୟ ୩୦୮୮ ହିତାଧିକାରୀ ଥିବାବେଳେ ୯୭୯ଟି କେସ୍ ରେ୨୨.୪୦ କୋଟି ଟଙ୍କାର ମାର୍ଜିନ୍ ମନି(ରିହାତି) ପ୍ରଦାନ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୩୧.୭୦ ପ୍ରତିଶତ । ବ୍ୟାଙ୍କରମାନେ ମଧ୍ୟ ୪.୫୦ କୋଟି ମାର୍ଜିନ୍ ମନି ଥାଇ ୧୭୯ଟି କେସ୍କୁ ମଞ୍ଜୁର କରିଛନ୍ତି । ସମସ୍ତ ଶାଖାକୁ ଧାର୍ଯ୍ୟ ଲକ୍ଷ୍ୟ ଆବଂଟିତ କରିବା ପାଇଁ ବ୍ୟାଙ୍କମାନଙ୍କୁ ଅନୁରୋଧ କରାଯାଇଥିଲା ଯଦ୍ଧ୍ୱାରା ପ୍ରତ୍ୟେକ ବ୍ୟାଙ୍କ ଶାଖା ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମରେ ଅନ୍ତତଃ ଦୁଇ-ତିନୋଟି କେସ୍ରେ ଅର୍ଥ ମଞ୍ଜୁର ଓ କରିବେ । ଜିଲ୍ଲାସ୍ତରୀୟ ଏକକ ବାତାୟନ ନିକାସ କର୍ତୃପକ୍ଷମାନଙ୍କ ଦ୍ୱାରା ୮୮୪ଟି ଅ ।ବେଦନ ପ୍ରାପ୍ତ ହୋଇଥିବାବେଳେ
୬୨୧ଟି ଅ ।ବେଦନକୁ ଅନୁମୋଦନ କରାଯାଇଛି । ବି·ରାଧୀନ କେସ୍ଗୁଡ଼ିକୁ ତୁରନ୍ତ ଫଇସଲା କରିବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଆଂଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରି·ଳକମାନଙ୍କୁ ନିଦେ୍ର୍ଧଶ ଦିଅ ।ଯାଇଛି । ଡାଉନ୍ଷ୍ଟ୍ରିମ୍ ଓ ଅ ।ନ୍ସିଲାରି ଶିଳ୍ପମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରୀ ଉଦ୍ୟୋଗମାନଙ୍କ ସହିତ ସମନ୍ୱୟ ରକ୍ଷା
ସାଧାରଣ ପରି·ଳକମାନଙ୍କୁ କୁହାଯାଇଛି ।