ଜନୌଷଧି ସୁଗମମୋବାଇଲ ଆପ୍ର ଶୁଭାରମ୍ଭ

Aug 27, 2019 - 18:25
 99
ନୂଆଦିଲ୍ଲୀ ,୨୭/୮(ସକାଳଖବର): କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ‘ଜନୌଷଧି ସୁଗମ’ ମୋବାଇଲ ଆପ୍ର ଶୁଭାରମ୍ଭ କରିଛନ୍ତି । ଏଥିସହିତ “ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳିବ ବୋଲି ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ । ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ବିଷୟରେ ଘୋଷଣା କରି ଶ୍ରୀ ଗୌଡ଼ା କହିଥିଲେ ଯେ ଏକ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଥିଲେ । ଯାହା ଏବେ ପୂରଣ ହୋଇଛି । ସେ କହିଥିଲେ ଯେ “ଜନୌଷଧି ସୁଗମ” ଆପ ମାଧ୍ୟମରେ ଲୋକମାନେ ଜୈବିକ ଔଷଧ ଏବଂ ଜନୌଷଧି କେନ୍ଦ୍ର ସମ୍ପର୍କରେ ସୂଚନା ପାଇବାରେ ସଫଳ ହେବେ । ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଥିଲେ ଯେ ଭଲ ସାନିଟାରୀ ନାପକିନ ଅଭାବ କାରଣରୁ ୨ କୋଟି ୮୦ ଲକ୍ଷ କିଶୋରୀ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି । କାରଣ ନାପକିନ ପ୍ୟାଡ ସେମାନଙ୍କୁ ଉଚିତ ଦାମରେ ମିଳିନଥାଏ । ସେ କହିଥିଲେ ଯେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ନେଟୱାର୍କ ଜରିଆରେ ସମସ୍ତ କିଶୋରୀମାନଙ୍କୁ ଶସ୍ତା ଦରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ଲାଗି ସରକାର ପ୍ରତିବଦ୍ଧ । ଏହି ପଦକ୍ଷେପ ଦ୍ୱାରା ଗରିବଙ୍କ ଔଷଧ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।