ବରଗଡରେ ହେବ କ୍ୟାନ୍ସର ହସ୍ପିଟାଲ

Feb 21, 2019 - 18:41
 170
ଭୁବନେଶ୍ୱର, ୨୧/୨(ସକାଳଖବର): ବରଗଡ ଠାରେ କ୍ୟାନ୍ସର ହସ୍ପିଟାଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହ କାଳିଆ ଯୋଜନା ଭଳି କ୍ଷୂଦ୍ର ଚାଷୀ , ଭୂମିହୀନ , ଭାଗ ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ସାମିଲ କରିବାପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଥିଲେ । ଗୁରୁବାର ଦିନ ବରଗଡ ଠାରେ ଆୟୋଜିତ ଚାଷୀ ମହାସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଚାଷୀଙ୍କୁ ତାଙ୍କର ହକ୍ ଦିଆଯାଉ । କୃଷକ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କାର ବ୍ୟବସ୍ଥା କରିବାପାଇଁ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଥିଲେ । ଆଜି କିଛି ଲୋକ ବନ୍ଦ ଡାକରା ଦେଇଛନ୍ତି । ମାତ୍ର କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ଓଡିଶାର କାଳିଆ ଯୋଜନା ସମଗ୍ର ଦେଶକୁ ବାଟ ଦେଖାଇଛି । ଆଜି ଦ୍ୱିତୀୟ ପର୍ୟ୍ୟାୟରେ କାଳିଆ ଟଙ୍କା ୧୪ ଲକ୍ଷରୁ ଉର୍ଦ୍ଧ ଚାଷୀଙ୍କ ଆକାଉଂଟକୁ ୭୦୦ରୁ ଉଦ୍ଧ୍ୱର୍ ଟଙ୍କା ସିଧାସଳଖ ପଠାଯାଇଛି । ଜଣେ ବି ଯୋଗ୍ୟ ହିତାଧିକାରୀ ବଂଚିତ ନହେବେ ତା ଉପରେ ମୁଁ କଡା ନଜର ରଖିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ୟ୍ୟକ୍ରମ ସାଂସଦ ପ୍ରଭାଶ କୁମାର ସିଂହ, ମନ୍ତ୍ରୀ ସୁଶାନ୍ତ ସିଂହ , ସ୍ଥାନୀୟ ବିଧାୟକ , ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ କାଳିଆ ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀଙ୍କ ତାଲିକା କେନ୍ଦ୍ରକୁ ପଠାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ ଚିହତ୍ନଟ ହୋଇଥିବା ୧୨ ଲକ୍ଷ ୪୫ ହଜାର ଚାଷୀ , କ୍ଷୂଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ଦିଆଯିବ । ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୫୧୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ୧୭ଟି ପ୍ରକଳ୍ପର ହୋଇଥିବା ଶୁଭ ଉଦଘାଟନରେ ୪୫୫ କୋଟି ୬୬ ଲକ୍ଷ ଟଙ୍କା ସୋହେଲା-ନୂଆପଡ଼ା ରୋଡ଼ ବିଜୁ ଏକ୍ସପ୍ରେସ ୱେ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଆମ୍ଭାଭନା ଓ ଭଟଲି ବ୍ଲକର ତିନୋଟି ବିଦୁ୍ୟତ ପ୍ରକଳ୍ପ, ନବ ନିର୍ମିତ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ଏବଂ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୩୦ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସା କେନ୍ଦ୍ର, ନବ ନିର୍ମିତ ବରପାଲି, ଅତାବିରା ଏବଂ ବିଜେପୁର ଆହାର କେନ୍ଦ୍ର, ଅତାବିରା ବ୍ଲକର ଭୋଇପାଲି, ସୋହେଲା ବ୍ଲକର ଡୁମେରାପାଲି ପାଇପ ଜଳ ଯୋଗାଣ ପ୍ରକଳ୍ପ, ଭେଡେ଼ନ ବ୍ଲକର ଦନ୍ତାହାତୀ ଏବଂ ଝାରବନ୍ଧ ବ୍ଲକର ଗନିଆରୀ ଜୋର ନାଳ ଉପରେ ସେତୁ, ବରଗଡ଼ଠାରେ ନିର୍ମିତ ଉପନିର୍ବନ୍ଧକ ସମବାୟ ସମିତି ଓ ସହକାରୀ ନିବର୍ନ୍ଧକ ସମବାୟ ସମିତି କାର୍ୟ୍ୟାଳୟ ଏବଂ ୮ ହଜାର ମେଟି୍ରକ ଟନ୍ ବିଶିଷ୍ଟ ଗୋଦାମ ଗୃହ, ସୋହେଲାଠାରେ ନବ ନିର୍ମିତ ଜିଲ୍ଲା କୃଷି କାର୍ୟ୍ୟାଳୟ ଏବଂ ବରଗଡ଼ ପଂଚାୟତ କଲେଜର ୩୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ ପ୍ରକଳ୍ପ ରହିଛି । ଅପରପକ୍ଷରେ ୧୪୯୫ କୋଟିରୁ ଉଦ୍ଧ୍ୱର୍ କୋଟି ଟଙ୍କାର ନିର୍ମିତ ହେବାକୁ ଥିବା ୩୨ଟି ପ୍ରକଳ୍ପର ଭିତି ପ୍ରସ୍ତର ମଧ୍ୟରେ ୧୩୪୦ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ସୋହେଲା, ବରପାଲି, ବିଜେପୁର ବ୍ଲକର ୨୫ ହଜାର ୬୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ ।