ଜଣକୁ ହତ୍ୟା କରି ଜାଳି ଦେଲେ ମାଓବାଦୀ

Jan 17, 2022 - 07:16
 63
ଜଣକୁ ହତ୍ୟା କରି ଜାଳି ଦେଲେ ମାଓବାଦୀ
ମାଲକାନଗିରି: ମାଓବାଦୀଙ୍କ ବର୍ବରତା । ପ୍ରଜାକୋର୍ଟରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ଏହା ପରେ ମୃତଦେହକୁ ଜାଳିଦେଲେ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରିମିଟି ଗାଁରେ । ମୃତକ ଜଣକ ହେଉଛନ୍ତି ଆନନ୍ଦ । ପ୍ରକାଶ ଥାଉ କି, ଗତ ଗୁରୁବାର ଦିନ ଆନନ୍ଦକୁ ମାଓବାଦୀ ନିଜ ଦଳଦଳିଗାଁରୁ ଡାକି ନେଇଥିଲେ । ଶୁକ୍ରବାର ଦିନ ନିସ୍ତୁକ ମାଡ଼ ମାରିବା ସହ ଶନିବାର ଦିନ ପ୍ରଜାକୋର୍ଟ କରି ମୃତ୍ୟୁ ଦଣ୍ଡ ଦେଇଥିଲେ । ଏହା ପରେ ମୃତଦେହକୁ ଜାଳି ଦେଇଥିବା ଜଣାପଡିଛି । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ କରୁଛି । ନକ୍ସଲଙ୍କ ଗତିବିଧୀ ଉପରେ ନଜର ରଖାଯାଇଛି ।