୧୮୯ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି

Feb 26, 2022 - 05:36
 77
୧୮୯ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଜିଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନର ପ୍ରାରମ୍ଭିକ ପର୍ଯ୍ୟାୟରେ ଶାସକ ବିଜେଡି ୧୮୯ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବା ବେଳେ ବିଜେପି ୨୪, କଂଗ୍ଲେସ ୧୫ ଓ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ଅଛନ୍ତି । ଏ ନେଇ ରାଜ୍ୟ ନିର୍ବାଚନ କମିଶନର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବହୁ ଚର୍ଚ୍ଚିତ କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ପଛୁଆ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଆଜିଠାରୁ ଆରମ୍ଭ ହୋଇଥିବା ଗଣତି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ଜାରି ରହିଛି ।