ପୁଣି ରାଜଧାନୀରେ ରକ୍ତର ଛିଟା, ସ୍ତ୍ରୀ’କୁ ଛୁରାମାଡ କଲା ନୃଶଂସ ସ୍ୱାମି

Jan 17, 2022 - 07:15
 77
ପୁଣି ରାଜଧାନୀରେ ରକ୍ତର ଛିଟା, ସ୍ତ୍ରୀ’କୁ ଛୁରାମାଡ କଲା ନୃଶଂସ ସ୍ୱାମି
ବନେଶ୍ୱର: ବିଗୁଡୁଛି ରାଜଧାନୀର ଆଇନ ଶୃଙ୍ଖଳା । ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ନୂଆବର୍ଷଠାରୁ ରାଜଧାନୀରେ ହିଂସା ବଢିବାରେ ଲାଗିଛି । କେବେ କମେଣ୍ଟ ମାରିବାକୁ ନେଇ ଛୁରାମାଡ ତ କେବେ କୌଣସି ଘଟଣାକୁ ନେଇ ବୋମାମାଡ, ପୁଣି କେଉଁଠି ସାମାନ୍ୟ ବଚସାକୁ ନେଇ ଛୁରାମାଡ କରାଯାଉଛି । ତେବେ ଆଜି ପାରିବାରିକ କଳହ ହେତୁ ସ୍ତ୍ରୀ’କୁ ସ୍ୱାମି ଛୁରାମାଡ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ବଙ୍ଗାଳି ବସ୍ତିରେ । ସୂଚନା ଅନୁସାରେ ସ୍ୱାମି ଧୃବ ମହାପାତ୍ର ଓ ସ୍ତ୍ରୀ କଳ୍ପନା ମହାପାତ୍ରଙ୍କ ମଧ୍ୟରେ ପ୍ରାୟ ଜଗଡା ହୁଏ । ସେହିଭଳି ଆଜି ସକାଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମି ରାଗିଯାଇ ସ୍ତ୍ରୀ’ଙ୍କୁ ଛୁରାମାଡ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ସ୍ୱାମିଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି ।