ଅଭିମନୁ୍ୟ ସାମନ୍ତସିଂହାର ରାସ୍ତା ନାମ ପରିବର୍ତ୍ତନ ମାମଲା

Aug 1, 2018 - 15:05
 204
ଅଭିମନୁ୍ୟ ସାମନ୍ତସିଂହାର ରାସ୍ତା ନାମ ପରିବର୍ତ୍ତନ ମାମଲା
କଟକ,୧ା୮(ସକାଳଖବର): ଓଡ଼ିଆ ସାହିତ୍ୟର ରୀତି ଯୁଗୀୟ କବିଙ୍କ ମଧ୍ୟରେ ଅନ୍ୟତମ ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ନାଁରେ ରାଜଧାନୀରେ ଥିବା ରାସ୍ତାକୁ ଅନ୍ୟ ନାମରେ ପରିବର୍ତ୍ତନ କରାଯିବା ପ୍ରସଙ୍ଗରେ ଆସନ୍ତା ୨୭ତାରିଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ରାସ୍ତାର ପୁନର୍ବାର ନାମକରଣ କରାଯାଇଥିବା ଘଟଣାକୁ ସରକାର ସ୍ୱୀକାର କରିଛନ୍ତି ବୋଲି ପ୍ରତି ଜବାବରେ ଦର୍ଶାଇଥିଲେ ।