ଛୁଟିରେ ଯିବେ ୮,୫୦୦ ଡିପ୍ଲୋମା ଇଂଜିନିୟର

Sep 17, 2018 - 19:18
 187
ଭୁବନେଶ୍ୱର,୧୭ା୯(ସକାଳଖବର): କ୍ୟାଡର ପୁନର୍ଗଠନ ଦାବିରେ ମଙ୍ଗଳବାର ଠାରୁ ରାଜ୍ୟର ସମୁଦାୟ ୮ହଜାର ୫୦୦ ଡିପ୍ଲୋମା ଇଂଜିନିୟର ସମ୍ମୁହ ଛୁଟିରେ ଯିବାକୁ ନିଷ୍ପତି ନେଇଛି । ଏହି କାର୍ଯ୍ୟବନ୍ଦ ଆନେ୍ଦାଳନ ସେପ୍ଟେମ୍ବର ୧୮ ତାରିଖ ଠାରୁ ଅକ୍ଟୋବର ୩୧ ତାରିଖ ଅର୍ଥାତ୍ ୪୪ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଓଡିଶା ଡିପ୍ଲୋମା ଇଂଜିନିୟରସ୍ ସର୍ଭିସ୍ ଆସୋସିସନ୍ ର ସାଧାରଣ ସମ୍ପାଦକ ସଚିତ୍ର ମୋହନ ରାଉଳ ସୂଚନା ଦେଇଛନ୍ତି ।