ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ନୀତି କରିଛନ୍ତି : ଦାମ ରାଉତ

Sep 17, 2018 - 19:22
 281
ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ନୀତି କରିଛନ୍ତି : ଦାମ ରାଉତ
ଭୁବନେଶ୍ୱର,୧୭ା୯(ସକାଳଖବର): ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ନୀତି କରିଛନ୍ତି । ବିଜୁ ବାବୁ ଦୁର୍ନୀତି କରୁଥିବା ଅଫିସରଙ୍କୁ ବାଡେଇବା ପାଇଁ କହିଥିବା ବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ଦୁର୍ନୀତିକୁ ନୀତି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ମୁଁ କାହା ପଛରେ ଲାଗିନାହିଁ । ଯୁବ ବିଧାୟକମାନେ ମୋ ପଛରେ ଲାଗିଛନ୍ତି ବୋଲି ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡା. ଦାମୋଦର ରାଉତ ପ୍ରକାଶ କରିଛନ୍ତି । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପତ୍ର ମୋ ବିଷୟରେ ଯାହା ସବୁ କହୁଛନ୍ତି ତାକୁ ମୁଁ ଗୁରୁତ୍ୱ ଦେଉ ନାହିଁ । ସେ ଜଣେ ନିକୁଚ୍ଛିଆ , ପଚାସଢା ଲୋକ । ସେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ । ସେ ସମାଜ କାଗଜର ହକର ଥିଲେ । ହକରରୁ ସେ ଆଜି ଏ ସ୍ତରେ ପହଂଚିଛନ୍ତି ।ସେ ବର୍ତମାନ ଗଡ ଫାଦରଙ୍କୁ ପୂଜା କରୁଛନ୍ତି । ସୂର୍ଯ୍ୟ ପ୍ୟାରୀବାବୁଙ୍କୁ କଣ ଦାନ ଦେଇଥିଲେ ତାର ଫଟୋ ମୋ ପାଖେ ଅଛି । ମୋ ପୁଅ ଅଶୋକ ଦାସ କି କଳ୍ପତରୁଙ୍କ ପୁଅ ଭଳି ନୁହେଁ । ଟିଟୋ ସହିତ କାହାର ସମ୍ପର୍କ ଅଛି ଆଗାମୀ ଦିନରେ ତାହା ସବୁ ଜଣାପଡିବ । ଏଥିପାଇଁ ଅପେକ୍ଷା କରନ୍ତୁ । ମୁଁ ଅବକାରୀ ମନ୍ତ୍ରୀ ଥିଲା ବେଳେ କେହି ମରି ନାହାନ୍ତି । ୨୮୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି । ମଦ ଲାଇସେନ୍ସ ଦେବାରେ କୌଣସି ଅନ୍ୟାୟ ହୋଇନାହିଁ ।