ଓସିଏଲ୍ ଇଣ୍ଡିଆ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀଙ୍କୁ “ପ୍ରତିଭା ସମ୍ମାନ ପୁରସ୍କାର-୨୦୧୮” ପ୍ରଦାନ

Sep 17, 2018 - 18:55
 192
ଓସିଏଲ୍ ଇଣ୍ଡିଆ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀଙ୍କୁ “ପ୍ରତିଭା ସମ୍ମାନ ପୁରସ୍କାର-୨୦୧୮” ପ୍ରଦାନ
ଟାଙ୍ଗି/ ଚୌଦ୍ୱାର, କଟକ ୧୭ା୯(ସକାଳଖବର): ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ଼ର ପ୍ରମୁଖ କଂପାନି ଓସିଏଲ୍ ଇଣ୍ଡିଆ ଲିମିଟେଡ଼ର ଏକ ୟୁନିଟ୍, କପିଳାସ ସିମେଂଟ୍ ପକ୍ଷରୁ ପାରିପାଶ୍ୱିର୍କ ଅଂଚଳରେ ଥିବା ୧୭ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ୫୬ ମେଧାବୀ ଛାତ୍ରଛାତ୍ରୀଙ୍କୁ “ପ୍ରତିଭା ସମ୍ମାନ ପୁରସ୍କାର-୨୦୧୮”ରେ ସଙ୍କର୍ଦ୍ଧିତ କରାଯାଇଛି । ଏହି ବିଦ୍ୟାର୍ଥୀମାନେ ହେଉଛନ୍ତି କଟକ ଓ ଯାଜପୁର ଜିଲ୍ଲାର ୯ଟି ପଂଚାୟତର ନିବାସୀ । କେବଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ମଧ୍ୟରେ ସୀମିତ ନରହି ଓସିଏଲ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା, ସଙ୍ଗୀତ, କଳା, ସମାଜ ସେବା, ପରିବେଶ, ସାହସିକତା ଓ କ୍ରୀଡ଼ା ଭଳି କ୍ଷେତ୍ରରେ ଉକ୍ରର୍ଷ ହାସଲ କରିଥିବା ୮ ଜଣଙ୍କୁ ସ୧ାନିତ କରାଯାଇଛି । ମାନ୍ୟଗଣ୍ୟ ଅତିଥି, ପିଆର୍ଆଇ ସଦସ୍ୟ, ଶିକ୍ଷକ ଓ ଅଭିଭାବକଙ୍କ ଉପସ୍ଥିତିରେ ଏହି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଶିକ୍ଷାବିତ୍ ତଥା ବିପିୟୁଟିର ପ୍ରଥମ କୁଳପତି ଡକ୍ଟର ଓଁକାରନାଥ ମହାନ୍ତି । କଟକର ଟାଙ୍ଗି ଠାରେ ଥିବା କପିଳାସ ସିମେଂଟ୍ ମାନୁଫାକ୍ଚରିଂ ୱାର୍କସ୍ (କେସିଏମ୍ଡବଲୁ୍ୟ)ର ମଲ୍ଟିପରପସ୍ ହଲ୍ରେ ଆୟୋଜିତ ଭବ୍ୟ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ସ୍ମରଣଚିହ୍ନ ପ୍ରଦାନ କରି ସେମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରାଯାଇଥିବା ବେଳେ ୨୫୦୦ରୁ ୫୦୦୦ ଟଙ୍କାର ନଗଦ ରାଶି ମଧ୍ୟ ସେମାନଙ୍କ ସଫଳତା ପାଇଁ ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା ।ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ପରିବେଶବିତ୍ ଡକ୍ଟର ବିଶ୍ୱଜିତ ମହାନ୍ତିଙ୍କ ଭଳି ବିଭିନ୍ନ କ୍ଷେତ୍ରରେ କୃତ୍ୱିତ୍ୱ ହାସଲ କରିଥିବା ସ୍ଥାନୀୟ ଅଂଚଳର ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଜ କ୍ଷେତ୍ର ପ୍ରତି ଅପରିମିତ ଅବଦାନ ପାଇଁ ସମ୍ମାନ କରାଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ମନୋରଂଜନ ସାହୁ, ଉପ କାର୍ଯ୍ୟନିର୍ବାହୀ ନିର୍ଦେଶକ, ଓସିଏଲ୍ ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ,“ଓସିଏଲ୍ ଇଣ୍ଡିଆରେ ଆମେ ବିଶ୍ୱାସ କରୁ ଯେ ଚିନ୍ତାଧାରାରେ ସ୍ୱାଧୀନତା ହାସଲ କରିବାର ପ୍ରଥମ ସୋପାନ ହେଉଛି ଶିକ୍ଷା ଓ ଜ୍ଞାନ ଯାହା ପରିକଳ୍ପନା ବିକଶିତ କରିବାରେ ସହାୟକ ହୋଇଥାଏ ଓ ଜୀବନର ଆହ୍ୱାନକୁ ସାମ୍ନା କରିବା ପାଇଁ ସାହସ ପ୍ରଦାନ କରିଥାଏ । ଶ୍ରୀଯୁକ୍ତ ସାହୁ ବିସ୍ୃତ ଭାବେ କପିଳାସ ସିମେଂଟ୍ ୱାର୍କସ୍ କାରଖାନା ଦ୍ୱାରା ଗ୍ରହଣ କରାଯାଇଥିବା କର୍ପୋରେଟ୍ ସାମାଜିକ ଦାୟିତ୍ୱ ଓ ପରିବେଶ ନିରନ୍ତରତା ଉପରେ ଆଲୋଚନା କରିଥିଲେ ଓ ସର୍ବୋପରି ଲୋକମାନଙ୍କ ସହଯୋଗ ଯୋଗୁ ତାହା କେବଳ ସମ୍ଭବ ହୋଇଛି ବୋଲି କହିଥିଲେ । କବିତା ସାହୁ, ସଭାନେତ୍ରୀ, ଲେଡିଜ୍ କ୍ଲବ୍, କେସିଏମ୍ଡବ୍ଲୁ୍ୟ ସେହି ସବୁ ବିଷୟ ଉପରେ ଆଲୋକପାତ କରିଥିଲେ ଯେଉଁ ଜ୍ଞାନ ଓ ମୂଲ୍ୟବୋଧକୁ ପିଲାମାନେ ନିଜ ସ୍କୁଲର ପ୍ରାରମ୍ଭିକ ସମୟରେ ହାସଲ କରିବା ଉଚିତ ଓ ଯାହା ସେମାନଙ୍କୁ ସାମଜରେ ଆଗକୁ ବଢ଼ିବାରେ ସହାୟକ ହେବ । ଜରାଶ୍ରମ ଓ ଅନାଥାଳୟରେ ହେଉଥିବା ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଓ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଗ୍ରହଣ କରାଯିବାକୁ ଥିବା ଜୀବିକା ଭିତିକ ଦକ୍ଷତା ବିକାଶ ବିଷୟରେ ସୂଚନା ଦେଇଥିଲେ । ବିପିୟୁଟିର ପୂର୍ବତନ କୁଳପତି ଡକ୍ଟର ଓଁକାରନାଥ ମହାନ୍ତି ନିଜ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଜୀବନର ପ୍ରତିଟି ସ୍ତରରେ ଆସିବାକୁ ଥିବା ସବୁ ପ୍ରକାର ଆହ୍ୱାନକୁ ଗ୍ରହଣ କରିବା ଓ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ଓ ସେଗୁଡ଼ିକର ସମାଧାନ କରିବାକୁ ଉଦ୍ୟମ କରିବାକୁ ପଡ଼ିବ ।