ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ

Sep 20, 2021 - 09:44
 78
ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ
ଭଦ୍ରକ : ମଣିଷ-ପଶୁର ସମ୍ପର୍କ ବହୁତ ନୀବିଡ । ଏ ପବିତ୍ର ସମ୍ପର୍କର ଅନେକ ଉଦାହରଣ ଆମେ ଦେଖିଛୁ । ପୂର୍ବରୁ ଆମେ ଦେଖିଆସିଛେ କିଭଳି ମଣିଷ ପାଇଁ ପଶୁଟିଏ ଜୀବନ ଦେଇଛି । ହେଲେ ଏଠି କିନ୍ତୁ ଚିତ୍ର ଅଲଗା । କାରଣ ଏଠି ଗୋଟିଏ ପଶୁର ମୃତ୍ୟୁ ପରେ ଗୋଟିଏ ଦୋକାନୀ ଦୁଃଖରେ ଭାଙ୍ଗିପଡିଛନ୍ତି । କେବଳ ଦୁଃଖରେ ଭାଙ୍ଗି ପଡିନାହାଁନ୍ତି । ତାର ମଣିତ ଭଳି କ୍ରିୟା କର୍ମ ବି ହୋଇଛି । ସାଧାରଣ ମଣିଷ ଟିଏ ଚାଲିଗଲେ ଯେଉଁପରି ଭାବେ ଦଶ, ଦ୍ୱାଦଶ କର୍ମାଦି ହୋଇଥାଏ । ଠିକ୍ ସେହିଭଳି ଏଠି ପଶୁର ବି ହୋଇଛି ଦଶାହ କର୍ମ । ଲୋକେ ଶୁଦ୍ଧି ହୋଇଛନ୍ତି, ଖାଇବା ପିଇବା ମଧ୍ୟ ଚାଲିଛି । କେବଳ ଚମ୍ପି ପାଇଁ ଏସବୁ ଚାଲିଛି । ସେହି ଚମ୍ପି ହେଉଛି ପୋଷା କୁକୁର । ୨୦୦୬ ରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ଛକ ନିକଟରୁ ଚମ୍ପିକୁ ଉଦ୍ଧାର କରିଥିଲେ ଜଣେ ସ୍ଥାନୀୟ ଦୋକାନି । ଆଉ ତା ପରେ ହୋଇଥିଲା ନାମକରଣ , କିଏ ଚମ୍ପି ଡାକୁଥିଲା ତ କିଏ ଡାକୁଥିଲା ଝୁମୁରି । ଚମ୍ପି ରାତି ଦିନ ଏହି ଦୋକାନ ଗୁଡିକ ନିକଟରେ ରହୁଥିଲା । କେବେ କେଉଁଆଡେ ଯାଉନଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । ଗଣେଶ ପୂଜା ଦିନ ମୃତ୍ୟୁବରଣ କରିଥିଲା ଚମ୍ପି । ଚମ୍ପିକୁ ଝିଅ ଭଳି ଆଦର କରୁଥିବାରୁ ସ୍ଥାନୀୟ ଦୋକାନୀ ମାନେ ମନସ୍ଥ କରିଥିଲେ ଯେ ଚମ୍ପିର କ୍ରିୟା କର୍ମ କରିବେ । ଯଥା ରୀତି ନୀତି ଚମ୍ପି ର ଶବ ସତ୍କାର କରିବା ପରେ ସାଧାରଣ ଲୋକଙ୍କ ଭଳି କ୍ରିୟା ସହ ମାଲ ଆଟିକା ମଧ୍ୟ ଯାଇଛି । ଆଉ ଦଶାହ ଭୋଜିରେ ବ୍ରାହ୍ମଣ ଭୋଜନ ସହ ପଡୋଶୀ ଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ ହୋଇଛି । ଦୋକାନୀ କର୍ମ ଅନୁଯାୟୀ ଲଣ୍ଡା ହୋଇଛନ୍ତି ଓ ଶୁଦ୍ଧି ମଧ୍ୟ ହୋଇଛନ୍ତି । ଏପରିକି ଲୋକ ଆସି ଚମ୍ପିର ଫଟୋରେ ପୁଷ୍ପ ଦେଇ ଚମ୍ପି ଆତ୍ମାର ସଦଗତି କାମନା କରିଛନ୍ତି ।