ଛାତ୍ରସଂସଦ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Sep 30, 2018 - 19:09
 158
ଅନୁଗୋଳ, ୩୦/୯ (ସକାଳଖବର): ଆସନ୍ତା ୧୧ ତାରିଖରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହି ନିର୍ବାଚନକୁ କେନ୍ଦ୍ରକରି ବନ୍ତଳା ଉଚ୍ଚ ଶିକ୍ଷା ଡ଼ିଗ୍ରୀ ମହାବିଦ୍ୟାଳୟରେ ଦେଖାଦେଇଛି ନିର୍ବାଚନୀ ପ୍ରାକ୍ ସଂଘର୍ଷ । ଯାହାକି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ସହ ଦୀର୍ଘ ଘଣ୍ଟାଏ ଧରି କଲେଜ ଫାଟକରେ ତାଲା ଝୁଲୁଥିଲା । ଘଟଣାରୁ ପ୍ରକାଶ ଯେ, ବନ୍ତଳା କଲେଜର ଜଣେ ଛାତ୍ରଙ୍କ ପାଖକୁ ଅନ୍ୟ ଏକ ଗୋଷ୍ଠୀର ଚାତ୍ର ମୋବାଇଲରେ ଧମକ ଦେଇଥିଲେ । ଏହି ଘଟଣାନେଇ ଶନିବାର ଦିନ କଲେଜ ସମ୍ମୁକରେ ଦୁଇ ଛାତ୍ରଙ୍କ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଛାତ୍ରଙ୍କ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷଙ୍କୁ ଦାୟୀ କରାଯାଇଥିଲା । ଏପରିକି ଅଧ୍ୟକ୍ଷ ନିଜେ ଗୋଟିଏ ଗୋଷ୍ଠୀକୁ ସମର୍ଥନ କରୁଥିବା ଯୋଗୁଁ ଅନ୍ୟ ଗୋଷ୍ଠୀ ତାର ପ୍ରତିବାଦ କରୁଛି । ତେଣୁ ଛାତ୍ର କଂଗ୍ରେସ ଏ ନିର୍ବାଚନୀକୁ ନେଇ ଅଧ୍ୟକ୍ଷଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏବଂ ସୋମବାର ଛାତ୍ର କଂଗ୍ରେସ ଆନେ୍ଦାଳନ କରିବାକୁ ମଧ୍ୟ ଚେତାବନୀ ଦେଇଛି । ଏ ଖବର ପାଇ ବନ୍ତଳା ପୋଲିସ ପହଞ୍ଚôବା ପରେ ପରିସ୍ଥିତି ଶାନ୍ତ ରହିଛି ।