କୋର୍ଟ ମ୍ୟାନେଜର ନିଯୁକ୍ତ ହେଲେ ଶୁଣାଣି ତ୍ୱରିତ ହେବ-ପ୍ରଧାନ ବିଚାରପତି

Sep 30, 2018 - 15:07
 330
କୋର୍ଟ ମ୍ୟାନେଜର ନିଯୁକ୍ତ ହେଲେ ଶୁଣାଣି ତ୍ୱରିତ ହେବ-ପ୍ରଧାନ ବିଚାରପତି
କଟକ,୩୦ା୯(ସକାଳଖବର): ଅଦାଲତରେ ବିଚାରଧିନ ମାମଲାଗୁଡିକର ତ୍ୱରିତ ଫଇସଲା ନମନ୍ତେ ଅଫିସରମାନଙ୍କ ଦକ୍ଷତା ବୃଦ୍ଧି ହେବା ଆବଶ୍ୟକ । ତେବେ କୋର୍ଟମାନଙ୍କରେ ମ୍ୟାନେଜର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି । କୋର୍ଟ ମ୍ୟାନେଜର ନିଯୁକ୍ତି ପାଇଲେ ଶୁଣାଣି ଶୀଘ୍ର ହେବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି । ଜୁଡିସିଆଲ ଏକାଡେମୀରେ ଆୟୋଜିତ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ମିଶ୍ର ଯୋଗ ଦେଇ ଏମବିଏ ବିଦ୍ୟାର୍ଥୀମାନଙ୍କୁ କୋର୍ଟ ମ୍ୟାନେଜର କରିବା ଉଚିତ ବୋଲି କହିଛନ୍ତି । ତେବେ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଦୁଇଟିର ବିକାଶ କରିବାର ଆବଶ୍ୟକତା ରହିଛି । ଅନୁଷ୍ଠାନ ଓ ବ୍ୟକ୍ତିଗତ ଭାବେ ଦକ୍ଷତା ବୃଦ୍ଧି କରିପାରିଲେ ବିଚାର ବିଭାଗର ଉନ୍ନତି ସାଧନ ହୋଇପାରିବ ବୋଲି ଜଷ୍ଟିସ ମିଶ୍ର ଆଶାବ୍ୟକ୍ତ କରିଛନ୍ତି । ଅନୁଷ୍ଠାନସ୍ତରରେ ତାଲିମର ଦରକାର ରହିଥିବାବେଳେ ବ୍ୟକ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ପଢିବା, ଶୁଣିବା ସହ ମନବଳକୁ ଲଗାଇପାରିଲେ ଖୁବ ଉନ୍ନତି ହୋଇପାରିବ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି । ଅଦାଲତି ମାମଲାର ଶୁଣାଣି ତ୍ୱରିତ ପାଇଁ ପ୍ରଧାନ ବିଚାରପତି ପରାର୍ମଶ ଦେଇ କହିଛନ୍ତି ଯେ ପ୍ରତି ଜିଲାର ଜିଲାପାଳ, ଏସପି ଓ ଜିଲା ଜଜଙ୍କ ମଧ୍ୟରେ ପ୍ରତି ମାସରେ ବୈଠକ ହେବା ଉଚିତ ବୋଲି କହିଛନ୍ତି । ହାଇକୋର୍ଟ ଜଷ୍ଟିସ ତଥା ଜୁଡିସିଆଲ ଏକାଡେମୀ ଓ ଟ୍ରେନିଂ କମିଟି ସଦସ୍ୟ ଜଷ୍ଟିସ ବି ଆର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟ ପୃଷ୍ଠପୋଷକ ତଥା ମୁଖ୍ୟ ବିଚାରପତି କେ ଏସ ଝାଭେରୀ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଦୁଇ ଦିନିଆ ନ୍ୟାୟିକ କର୍ମଶାଳାରେ ସୁପ୍ରିମକୋର୍ଟର ୩ଜଣ ବିଚାରପତି, ବିଭିନ୍ନ ହାଇକୋର୍ଟର ଜଷ୍ଟିସଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୧୪୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗଦେଇଥିଲେ । ଶେଷରେ ହାଇକୋର୍ଟ ଜଷ୍ଟିସ ଏସ ଏନ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ବ୍ୟାପୀ କର୍ମଶାଳାରେ ୪ଟି ପ୍ରାୟୋଗିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି କାଯ୍ୟକ୍ରମକୁ ଜୁଡିସିଆଲ୍ ଏକାଡେମୀର ନିଦେ୍ର୍ଧଶକ ଗୌରୀ ଶଙ୍କର ଶତପଥୀ ଓ ସହକର୍ମୀମାନେ ପରିଚାଳନା କରିଥିଲେ ।