ଚିଟଫଣ୍ଡ କମିସନ, ୧୬ ଜମାକାରୀ ଫେରିପାଇଲେ ଅର୍ଥ

Aug 28, 2018 - 19:52
 178
ଚିଟଫଣ୍ଡ କମିସନ, ୧୬ ଜମାକାରୀ ଫେରିପାଇଲେ ଅର୍ଥ
କଟକ,୨୮ା୮(ସକାଳଖବର): ରାଜ୍ୟର ୧୬ଜଣ କ୍ଷୁଦ୍ର ଜମାକାରୀ ଦୁଇଟି ପୃଥକ ଚିଟଫଣ୍ଡ ସଂସ୍ଥାରୁ ମଙ୍ଗଳବାର ଅର୍ଥ ଫେରସ୍ତ ପାଇଛନ୍ତି । ୱେଲଫେୟାର ବିଲ୍ଡିଂ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଓ ପ୍ଲସ ଭିମ ଟ୍ରେଡ଼ ପ୍ରାଇଭେଟ ଲିମିଟେଡ ସଂସ୍ଥା ଚିଟଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟାଳୟରେ ହାଜର ହୋଇ ୧୬ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଛନ୍ତି । ସୂଚନା ଅନୁସାରେ କମିସନଙ୍କ ନିଦେ୍ର୍ଧଶକୁ ପାଳନ କରି ୱେଲଫେୟାର ବିଲ୍ଡିଂ ଇଷ୍ଟେଟ ପ୍ରାଇଭେଟ ଲିମିଟେଡରେ ପୁଞ୍ଜି ଲଗାଇଥିବା ୪୮ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲା । ସେହି ଅନୁସାରେ ଏହି ସଂସ୍ଥା ପୂର୍ବରୁ ୮ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଥିବାବେଳେ ଆଜି ୧୩ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଛି ।