ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରୁ ମନ୍ଦିର ହଟାଯାଉ

Aug 28, 2018 - 19:53
 170
ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରୁ ମନ୍ଦିର ହଟାଯାଉ
କଟକ,୨୮ା୮(ସକାଳକବର): ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ହଟାଇବା ଦିଗରେ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଥ୍ରୀ ଥଟ ପାର୍ଟି ଅଫ ଇଣ୍ଡିଆ ସାଧାରଣ ସଂପାଦକ ବି. ରାମଚନ୍ଦ୍ରଙ୍କ ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମନ୍ଦିର ହଟାଇବା ନେଇ ଦିଆଯାଇଥିବା ଦାବିପତ୍ର ଉପରେ ୪ସପ୍ତାହ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ଜୟନ୍ତୀ ନାୟକ, ସୁରେନ୍ଦ୍ର କୁମାର ରାଉତ, ଅନୀଲ କୁମାର ଦଳାଇ ସହଯୋଗ କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଧର୍ମର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହାର ପରିସରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ରହିଥିବାବେଳେ ମୁଖ୍ୟ ଫାଟକ ସମ୍ମୁଖରେ ଏକ ସରସ୍ୱତୀ ମୂର୍ତ୍ତୀ ରହିଛି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ ଶିକ୍ଷାନୁଷ୍ଠାନ ପରିସରରେ ମନ୍ଦିର ରହିବା ଉଚିତନୁହେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।