ଚାନ୍ଦବାଲି : ଦିଗ ରାସ୍ତାରେ ଅମୀୟ କଂଟା
ଭଦ୍ରକ, ୨୪/୧୨(ସକାଳଖବର): ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଗୋଷ୍ଠୀ ଅଡୁଆ ଦିନକୁ ଦିନ ଦାଣ୍ଡରେ ପଡି ହାଟରେ ଗଡୁଛି । ମାତ୍ର ଏହି କଥାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗି ରହୁଥିବା ବେଳେ ୨ଟି ଗୋଷ୍ଠୀକୁ ସମର୍ଥନ କରୁଥିବା ମୁଣ୍ଡିଆଳ ମାନେ ପିସିସିଙ୍କ ପାଖ ଛାଡୁ ନଥିବା ଜଣାଯାଇଛି । ଗୋଟିଏ ଗୋଷ୍ଠୀରେ ଅମୀୟ ମହାପାତ୍ର ନିଜର ସାଜ ସରଞାମ ନେଇ ଯୁଦ୍ଧଂ ଦେହି ଡାକରା ଦେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ପଂଚାୟତରେ ବୁଲି ବୁଲି ଭୋଟର ମାନଙ୍କୁ ନେହୁରା ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଚାନ୍ଦବାଲି ବ୍ଲକର କଂଗେସ ସଭାପତି ଦିଗ ବାବୁଙ୍କ କଥା ନିଆରା , ସେ ନିଜର ଚିରାଚରିତ ପ୍ରଥାରେ ଲୋକ ମାନଙ୍କ ମଧ୍ୟରେ କଂଗ୍ରେସର ଚିନ୍ତାଧାରାକୁ ନେଇ ବଂଚିବାକୁ କହୁଥିବା ବେଳେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସେ ନିଜେ ଟିକେଟ ପାଇବାକୁ ଆଶାୟୀ ବୋଲି ନିକଟତମ ମହଲରୁ ପ୍ରକାଶ । ଅମୀୟ ବାବୁ ୨୦୦୯ ମସିହାରେ ବିଜେଡି ଦଳର ପ୍ରାର୍ଥୀ ବିଜୟ ନାୟକଙ୍କ ଠାରୁ ୯ହଜାର ଭୋଟ ବ୍ୟବଧାନରେ ହାରିଥିବା ବେଳେ ୨୦୧୪ ମସିହାରେ ବିଜେଡି ବିଧାୟକ ବାପି ବାବୁଙ୍କ ଠାରୁ ୨୫ ହଜାର ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ଏହି ଗଣନାକୁ ଆଖି ଆଗରେ ରଖି ଏହି ଭୋଟ ବ୍ୟବଧାନ ୨୦୧୯ରେ ୩୦ହଜାର ହେବ ବୋଲି ଆକଳନ କରାଯାଉଥିବା ବେଳେ ଏ ଆଇ ସ ିସି ଗାଇଡ ଲାଇନ ଅନୁଯାୟୀ ଯେଉଁ ପ୍ରାଥୀ ମାନେ ୨ଥର ନିର୍ବାଚନରେ ହାରିଥିବେ ସେମାନଙ୍କୁ ପୁନଶ୍ଚ ଟିକେଟ ଦେବାଟା ଆଇନତ କାର୍ଯ୍ୟକାରୀ ହେବ ନାହିଁ ବୋଲି ସାଧାରଣରେ ଚର୍ଚା ଚାଲିଥିବା ବେଳେ ୨୦୧୪ ମସିହା ଠାରୁ ଅମୀୟ ମହାପାତ୍ର ରାଜନୀତିରୁ ସନ୍ୟାସ ନେବେ ବୋଲି ମଧ୍ୟ ଚର୍ଚା ଚାଲିଥିଲା । ମାତ୍ର ଦୀର୍ଘ ୪ବର୍ଷ ପରେ ଅମୀୟଙ୍କ ରାଜନୀତିକୁ ଫେରିବାଟା ସାଧାରଣ ଲୋକ ମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କେହି କେହି ଅମୀୟଙ୍କୁ ଅଧିବର୍ଷ ବଙ୍ଗାଳୀ ନେତା ଭାବରେ ଉପସ୍ଥାପନ କରୁଥିବା ଦେଖା ଯାଉଛି । ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକ ର ବାଂଶଡା ପଂଚାୟତରୁ ୧୯୯୨ ମସିହାରୁ ୫ଥର କ୍ରମାନ୍ୱୟରେ ସରପଂଚ,ସମିତିସଭ୍ୟ ଭାବରେ ଜିତି ଆସିବା ସହ ଆଜି ଭଳି ଦିନରେ ସେ ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ଏବଂ ବ୍ଲକର ସଭାପତି ଆସନ ତଥା ଅଂଳକୃତ କରିବା ସହ ସାଧାରଣ ଜନ ମାନସରେ ନିଜର ସ୍ଥିତି ଜାହିରୀ କରି ରଖିଛନ୍ତି । ତାଙ୍କୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଗଲେ ଟିକେଟ ଆଶାୟୀ ମନୋଜ ବିଶ୍ୱାଳ, ସତ୍ୟାନନ୍ଦ ରାଉତ, ଅଭିଷେକ ରାଉତ ଏବଂ ଜ୍ୟୋତି ପ୍ରକାଶ ମହାନ୍ତି ତାଙ୍କ ଅଧିନରେ କଂଗ୍ରେସ ଦଳକୁ ଜିତାଇବା ପାଇଁ ଚେଷ୍ଟା କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ମାତ୍ର ଏହି ୨ଜଣ ଗୋଟିଏ ଅଂଚଳରୁ ହୋଇଥିବା ବେଳେ ୨ଟି ଗୋଷ୍ଠୀ ନିଜର ନେତାଙ୍କୁ ଟିକେଟ ପାଇଁ ଆଶାୟୀ କହି ଭୋଟ ଭିକ୍ଷା କରୁଥିବା ବେଳେ ସାଧାରଣ ଜନତା ବର୍ଣ ବୈଷମ୍ୟ ବାଦକୁ ଭିତିକରି ଅମୀୟ ଙ୍କୁ ବଙ୍ଗାଳୀ ଏବଂ ଦିଗ କୁ ଓଡିଆ ଭେଦଭାବ ସୃଷ୍ଟି କରୁଥିବା ଦେଖା ଦେଇଛି । ଏହି ସମସ୍ତ ଆଧାରକୁ ଭିତି କରି ୨ଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗି ରହିଥିବା ବେଳେ ଆଗାମୀ ଦିନରେ ପିସିସି କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଚିନ୍ତା ଜନକ ହୋଇ ପଡିଛି ।ଅନ୍ୟ ପକ୍ଷରେ କିଛି ସ୍ଥାନୀୟ ନେତା ନିଜର ମତାମତରେ ବିଜେଡି ଦଳର ବିଧାୟକଙ୍କ ଯେତିକି ଓଜନ କଂଗ୍ରେସର ହାରିଥିବା ନେତାଙ୍କ ଓଜନ ତାଙ୍କ ଠାରୁ କିଛି କମ ନୁହେଁ ବୋଲି ମତ ରଖୁଥିବା ବେଳେ ଏହା କେବଳ ଧାମରା ବନ୍ଦରରୁ ମୁନାଫା ନେବା ପାଇଁ ପ୍ରଜୁଜ୍ୟ ବୋଲି ମଧ୍ୟ ବୁଦ୍ଧିଜିବୀ ମାନେ ମତପୋଷଣ କଲେଣି ।