ପିପିଲି ଗଣଦୁଷ୍କର୍ମ:ଅଭିଯୁକ୍ତ ନିଦେ୍ର୍ଧାଷ

Dec 24, 2018 - 17:37
 157
ପିପିଲି ଗଣଦୁଷ୍କର୍ମ:ଅଭିଯୁକ୍ତ ନିଦେ୍ର୍ଧାଷ
ପିପିଲି, ୨୪/୧୨(ସକାଳଖବର): ୨୦୧୧ ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରମାଣ ଅଭାବରୁ ଅଭିଯୁକ୍ତ ଦୁଇ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିଦେ୍ର୍ଧାଷ ଘୋଷଣା କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୧ ରେ ପିପିଲିର ବେବିନା ବେହେରା ନାମ୍ନୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଦୀର୍ଘ ଦିନ ଧରି କୋମାରେ ରହିବା ପରେ ସେ ୨୦୧୨ ଜୁନ୍ ୨୧ ତାରିଖରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇ ଥିଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ଏପରିକି ବିରୋଧି ଦଳ ମାନେ ଏହାକୁ ପ୍ରସଙ୍ଗ କରି ରାଜ୍ୟ ସରକାରକୁ ଘେରିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । ମାମଲାର ତଦନ୍ତ କରି ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ୨୦୧୬ ମସିହା ମାର୍ଚ୍ଚ ୩୦ ତାରିଖରେ ସରକାରଙ୍କୁ ଏ ସମ୍ପର୍କିତ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଏହି ମାମଲାରେ ତକ୍ରାଳୀନ ପିପିଲି ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟଙ୍କୁ ମଧ୍ୟ ବରଖାସ୍ତ କରାଯାଇଥିଲା । କିନ୍ତୁ ପରେ ସେ ଏହି ମାମଲାରୁ ବର୍ତି ଯାଇଥିଲେ ।