ଘରେ ନଥିଲେ କେହି, ଭଡ଼ାଟିଆଙ୍କୁ ଚାବି ପକାଇ ନେଇଗଲେ ଟଙ୍କା ଓ ସୁନା

Oct 30, 2022 - 06:12
 63
ଘରେ ନଥିଲେ କେହି, ଭଡ଼ାଟିଆଙ୍କୁ ଚାବି ପକାଇ ନେଇଗଲେ ଟଙ୍କା ଓ ସୁନା
ଆନନ୍ଦପୁର : ଘରେ ନଥିଲେ କେହି । ଏହାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଲୁଟେରା । ଗ୍ରୀଲ୍‌ ତାଡି ନଗଦ ଟଙ୍କା ସହ ସୁନା ଅଳଙ୍କାର ଚୋରି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନାରେ ଲୁଟ୍‌ ନେଇ ମାମଲା ରୁଜୁ । ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ଘଷିପୁର ଥାନା ଶାଳପଡ଼ା କୈବଲ୍ୟ କଲୋନାର ଅବସାରପ୍ରାପ୍ତ କୃଷି କର୍ମଚାରୀ ଶତ୍ରୁଘ୍ନ ପତି କୌଣସି କାମରେ କେଉଁଆଡ଼େ ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନ ଘରେ ପଶି କଳାକନା ବୁଲାଇଦେଇଛନ୍ତି । ଲୁଟେରାମାନେ ତଳ ମହଲା ଓ ଉପର ମହଲାରେ ରହୁଥିବା ଭଡ଼ାଟିଆମାନଙ୍କୁ ବାହାରୁ ତାଲା ପକାଇ ଚୋରି କରିଛନ୍ତି । ନଗଦ ୧୫ ହଜାର ଟଙ୍କା ସହ କିଛି ସୁନା ମୁଦୀ ଓ ହାର ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଘଷିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।