ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ନିକଟରେ ଦୁର୍ଘଟଣା, ଅଳିଆ ବୁହା ଗାଡ଼ି ଧକ୍କାରେ ଜଣେ ମୃତ

Oct 30, 2022 - 06:14
 45
ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ନିକଟରେ ଦୁର୍ଘଟଣା, ଅଳିଆ ବୁହା ଗାଡ଼ି ଧକ୍କାରେ ଜଣେ ମୃତ
ଭୁବନେଶ୍ୱର ୩୦।୧୦: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡ ନିକଟରେ ଦୁର୍ଘଟଣା । ବିଏମ୍‌ସିର ଅଳିଆ ବୁଡ଼ା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି । ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବିଏମ୍‌ସିର ଏକ ଅଳିଆ ବୁହା ଗାଡି ଧକ୍କାରେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏହାସହିତ ଅନ୍ୟ କିଛି ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି । ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତା ରୋକ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି । ସେପଟେ ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭରକୁ ଥାନାରେ ଅଟକ ରଖିଛି ପୋଲିସ । କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା । ସେନେଇ ଖୋଲତାଡ଼ କରୁଛି ଚନ୍ଦକା ଥାନା ପୋଲିସ ।