ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌, ଗ୍ରୀଲ୍‌ ତାଡି ନେଇଗଲେ ସୁନା-ଗହଣା

Mar 3, 2022 - 05:17
 55
ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌, ଗ୍ରୀଲ୍‌ ତାଡି ନେଇଗଲେ ସୁନା-ଗହଣା
ପାଟଣା ୦୩।୦୩ : ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍‌ । ଗ୍ରୀଲ୍‌ ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଇକଳା ଗାଁର ଦିବଙ୍ଗତ ସାମ୍ବାଦିକଙ୍କ ପୈତୃକ ଘରୁ ଲୁଟ୍‌ ହୋଇଛି । ଏନେଇ ଅରିନ୍ଦମଙ୍କ କକା ତୁରୁମୁଙ୍ଗା ଥାନାରେ ଏତେଲା ଦେଇଛନ୍ତି। ସୂଚନା ଅନୁସାରେ, ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ କକା ଓ ଖୁଡି ଶୋଇଥିବା ବେଳେ ଘର ଝରକାର ଗ୍ରୀଲ ତାଡି ଲୁଟ୍‌ କରିଛନ୍ତି । ଦୁର୍ବୁତ୍ତ ମାନେ ଆଲମୀରା ତାଡି ସୁନା ଚେନ୍, ମୁଦି, ହାର କାନଫୁଲ ସହ ବାହୁଟି ଲିଟିନେଇଛନ୍ତି। ଏନେଇ ଅରିନ୍ଦମ୍ ଙ୍କ କାକା ଧରଣୀ ଧର ଦାସ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅବିଯୋଗ ପରେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।