ଖଣି ରୟାଲଟି ବୃଦ୍ଧିକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ

Nov 9, 2019 - 08:24
 181
ଭୁବନେଶ୍ୱର, ୮/୯(ସକାଳଖବର): ଖଣି ରୟାଲଟି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କଠାରେ ଦାବି କରିଛନ୍ତି । ଏ ଦିଗରେ ବିଚାର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଖଣି ରୟାଲଟି ଏବଂ କୋଇଲା ସେସ୍ ସମ୍ପର୍କରେ ଆଲୋଚନା କରିଥିଲେ । ଆରପିଡିଏସି ବୈଠକରେ ନିଷ୍ପତିକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ଛଡ଼ା ରାଜ୍ୟ ସରକାର ଏବଂ ଏମସିଏଲର କୋଇଲା ଖଣି ଅଂଚଳ ମାନଙ୍କରେ ବିସ୍ତୃତ ବିକାଶ ସହ ସମ୍ପୃକ୍ତ ଅଂଚଳରେ ଆଇନଶୃଙ୍ଖଳା ସୁରକ୍ଷା ନେଇ ନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନା ବୈଠକରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।