ବିଧାନସଭା କମିଟି ଅଧ୍ୟକ୍ଷଙ୍କ ବୈଠକ ଅନୁଷ୍ଠିତ

Nov 9, 2019 - 08:25
 143
ଭୁବନେଶ୍ୱର, ୮/୧୧(ସକାଳଖବର): ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାର ବିଭିନ୍ନ କମିଟିଙ୍କ ଅଧ୍ୟକ୍ଷମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ବିଧାନସଭାର ବିଭିନ୍ନ କମିଟିଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ପଂଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ପ୍ରିଭିଲେଜ୍ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରତାପ ଜେନା, ଏଷ୍ଟିମେଟ୍ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରତାପ କେଶରୀ ଦେବ, ସରକାରୀ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଭାଗୀୟ ସ୍ଥାୟୀ କମିଟି-୨ର ଅଧ୍ୟକ୍ଷ ଡଃ ନୃସିଂହଚରଣ ସାହୁ, ବିଭାଗୀୟ ସ୍ଥାୟୀ କମିଟି-୩ର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଭାଗୀୟ ସ୍ଥାୟୀ କମିଟି-୪ର ଅଧ୍ୟକ୍ଷ ଶ୍ରୀ ଭୂପିନ୍ଦର ସିଂହ, ବିଭାଗୀୟ ସ୍ଥାୟୀ କମିଟି-୭ର ଅଧ୍ୟକ୍ଷ ଶ୍ରୀ ପ୍ରଦିପ କୁମାର ଅମାତ, ବିଜେପି ବିଧାୟକ ଦଳର ମୁଖ୍ୟସଚେତକ ତଥା ବିଭାଗୀୟ ସ୍ଥାୟୀ କମିଟି-୮ର ଅଧ୍ୟକ୍ଷ ଶ୍ରୀ ମହନ୍ତ ଚରଣ ମାଝୀ, ବିଭାଗୀୟ ସ୍ଥାୟୀ କମିଟି-୯ର ଅଧ୍ୟକ୍ଷ ଶ୍ରୀ ଦେବୀପ୍ରସାଦ ମିଶ୍ର, ପିଟିସନ କମିଟିର ଅଧ୍ୟକ୍ଷ ଶ୍ରୀ ବଦ୍ରିନାରାୟଣ ପାତ୍ର, ପେପର୍ସ ଲେଡ୍ ଅନ୍ ଦି ଟେବୁଲ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ସରକାରୀ ପ୍ରତିଶ୍ରୁତି କମିଟିର ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ମହାରଥୀ, ସଦା·ର କମିଟିର ଅଧ୍ୟକ୍ଷ ଶ୍ରୀ ଅମର ପ୍ରସାଦ ଶତପଥୀ ଅଂଶଗ୍ରହଣ କରିଥିଲେ । ଏହାଛଡ଼ା ବିଭାଗୀୟ ସ୍ଥାୟୀ କମିଟି-୩ର ଅଷ୍ଟମ ବୈଠକ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ତ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକମାନଙ୍କରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ପଦାଧିକାରୀମାନେ ଉପସ୍ଥିତ ଥିଲେ ।