ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟିଲା, ୩୦ ଗୋରୁ ଉଦ୍ଧାର

Nov 9, 2019 - 08:23
 178
ଭଦ୍ରକ, ୮/୧୧(ସକାଳଖବର):୧୬ନଂ ଜାତୀୟ ରାଜପଥ ଚିଙ୍ଗିଡିପୁର ଠାରେ ଆଜି ଏକ ଗୋରୁବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡିଛି । ଫଳରେ ଉକ୍ତ ଗାଡିରେ ବେଆଇନ୍ ଭାବେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ୩୦ ରୁ ଉଦ୍ଧ୍ୱର୍ ଗୋରୁଙ୍କ ମଧ୍ୟରୁ ୨୦ଟି ଆହତ ହୋଇଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗାଡିଟି କଟକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାବେଳେ ଚିଙ୍ଗିଡିପୁର ନିକଟରେ ୧୬ନଂ ଜାତୀୟ ରାଜପଥର ଡିଭାଇଡରେ ବାଡେଇ ହୋଇ ଭାରସାମ୍ୟ ହରାଇଥିଲା । ଫଳରେ ତାହା ଓଲଟିପଡିଥିଲା । ପରେ ସ୍ଥାନୀୟ ଲୋକେ ଗାଡିଟିକୁ ଉଠାଇ ଗୋରୁଗୁଡିକୁ ଉଦ୍ଧାର କରିଛନ୍ତି । ମାତ୍ର ଗାଡିଚାଳକ ଫେରାର ହୋଇଯାଇଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା । ପରେ ଖବର ପାଇ ଧାମନଗର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଜାରି ରଖିଛି ।