ଖଣି ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଗିରଫ

Aug 25, 2022 - 06:37
 47
ଖଣି ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଗିରଫ
ରାଞ୍ଚି: ବହୁଚର୍ଚ୍ଚିତ ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସହଯୋଗୀ ଗିରଫ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଗିରଫ କରିଛି । ଖଣି ଦୁର୍ନୀତି ମାମଲାରେ ମାରାଥନ ରେଡ୍ ପରେ ଇଡି ଗିରଫ କରିଛି । ଗତକାଲି ପ୍ରେମ ପ୍ରକାଶଙ୍କ ରାଞ୍ଚି ସ୍ଥିତ ଘରୁ ୨ଟି AK47 ଜବତ ହୋଇଥିଲା । ଏହା ସହ ଇଡିର ଏକ ଟିମ ୟୁକେ ଝାଙ୍କୁ ମଧ୍ୟ ଅଟକ ରଖିଛି । ଝାଡଖଣ୍ଡରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ ୧୭ଟି ସ୍ଥାନରେ ଚଢାଉ କରିଥିଲା । ପ୍ରେମ ପ୍ରକାଶ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ବୋଲି ଜଣାଯାଇଛି । ପ୍ରେମ ପ୍ରକାଶ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏହି ଚଢାଉ କରାଯାଇଥିଲା । ବେଆଇନ ଖଣି ମାମଲାରେ ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ଝାଡଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆରରେ ୧୬ଟି ସ୍ଥାନରେ ମଧ୍ୟ ଚଢାଉ କରିଥିଲା ତଦନ୍ତକାରୀ ସଂସ୍ଥା । ପ୍ରେମ ପ୍ରକାଶଙ୍କ ବାସଭବନରେ ହୋଇଥିବା ଚଢାଉରେ ଦୁଇଟି AK47 ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଥିଲା ।