କଂଗ୍ରେସ ଛାଡ଼ିଲେ ଗୁଲାମନବୀ

Aug 26, 2022 - 07:05
 70
କଂଗ୍ରେସ ଛାଡ଼ିଲେ ଗୁଲାମନବୀ
ନୂଆଦିଲ୍ଲୀ: କଂଗ୍ରେସ ରାଜନୀତିରେ ଏବେ କିଛି ଭଲ ଚାଲୁନାହିଁ । ସେ ରାଜ୍ୟ କଂଗ୍ରେସ ହେଉଛି କି ଜାତୀୟ କଂଗ୍ରେସ । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ । ଆଜି ସେ ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜି-୨୩ ଅସନ୍ତୁଷ୍ଟ ନେତାଭାବେ ଗୁଲାମନବୀ ତାଲିକାର ଆଗରେ ଥିଲେ । ନିକଟରେ ଗୁଲାମନବୀ ଜାମ୍ମୁ-କାଶ୍ମୀର କ୍ୟାମ୍ପେନ କମିଟି ଅଧ୍ୟକ୍ଷ ପଦ ଛାଡ଼ିଥିଲେ । ତେବେ ସେ ବିଜେପିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।