ଓଡ଼ିଶାର ନୁଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର

Nov 23, 2021 - 09:47
 67
ଓଡ଼ିଶାର ନୁଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର
ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଘାଟିରେ ଅପରେସନ୍ ସ୍ନୋ ଲିଓପାର୍ଡ ବେଳେ ଚାଇନାର ସେନା ସହ ଲହୁଲୁହାଣ ହୋଇ ସହିଦ ହୋଇଥିବା ଓଡ଼ିଆ ସେନା ଅଧିକାରୀ ନୁଦୁରାମ ସୋରେନ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି। ନାଏବ ସୁବେଦାର ନୁଦୁରାମଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମରଣୋତ୍ତର ବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି। ଗତବର୍ଷ ଗଲୱାନ ଚାଇନାର ସେନା ସହ ବୀରତ୍ୱର ସହ ଲଢ଼ି ନୁଦୁରାମ ସହିଦ ହୋଇଥିଲେ। ସେହିପରି ଲଦାଖରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସନ୍ତୋଷ ବାବୁଙ୍କ ମା’ ଓ ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାବ୍ୟତୀତ ହାବିଲଦାର କେ. ପିଲାନୀ, ନାଏକ ଦୀପକ ସିଂହ, ସିପାହୀ ଗୁରତେଜ୍ ସିଂହ ଓ ହାବିଲଦାର ତେଜିନ୍ଦର ସିଂହଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି।