ହଂକଂ ବିପକ୍ଷରେ ଭାରତର ଖାସ୍ ରଣନୀତି : ଖେଳିବେ ଋଷଭ ପନ୍ତ ! ବାଦ୍ ପଡିବେ ଏହି ଖେଳାଳି

Aug 30, 2022 - 10:13
 55
ହଂକଂ ବିପକ୍ଷରେ ଭାରତର ଖାସ୍ ରଣନୀତି : ଖେଳିବେ ଋଷଭ ପନ୍ତ ! ବାଦ୍ ପଡିବେ ଏହି ଖେଳାଳି
ନୂଆଦିଲ୍ଲୀ, ୩୦|୦୮: ଏସିଆ କପ୍ ୨୦୨୨ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଟିମ୍ ଇଣ୍ଡିଆ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ଓ୍ୱିକେଟରେ ମାତ୍ ଦେଇଥିଲା । ଏହାପରେ ଦଳ ବୁଧବାର ଅର୍ଥାତ ଅଗଷ୍ଟ ୩୧ରେ ହଂକଂ ବିପକ୍ଷରେ ମୁକାବିଲା ଖେଳିବ ।ଏହି ମ୍ୟାଚରେ ବିଜୟୀ ହୋଇ ଭାରତ ସହଜରେ କ୍ୱାଲିଫାଏ କରିବାକୁ ଚେଷ୍ଟା କରିବ । ସେହିପରି ହଂକଂ ମଧ୍ୟ ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ । ତେବେ ହଂକଂ ବିପକ୍ଷରେ ଭାରତୀୟ ଟିମ୍ ଏପରି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ରୋହିତ-ରାହୁଲ କରିବେ ଓପନିଂ ମ୍ୟାଚରେ ପୁଣି ରୋହିତ-ରାହୁଲ ଓପନିଂ କରିପାରନ୍ତି । କିଛି ମୁକାବିଲାରେ ରାହୁଲ ଫେଲ ହୋଇଥିଲେ ବି ଉଭୟ ଲୟକୁ ଆସିଲେ ସେମାନଙ୍କୁ ରୋକିବା କଷ୍ଟକର । ଉଭୟ ନିଜ ଦମରେ ଦଳକୁ ମ୍ୟାଚ୍ ଜିତାଇବାରେ ଲକ୍ଷମ ଅଟନ୍ତି । ଯଦି ଉଭୟ ଖେଳାଳି ନିଜର ପୁରୁଣା ଅନ୍ଦାଜକୁ ଫେରନ୍ତି ତେବେ ଦଳ ବଡ ସ୍କୋର କରିବା ନିଶ୍ଚିତ । ଏହି ପ୍ରକାର ହୋଇପାରେ ମଧ୍ୟକ୍ରମ ମଧ୍ୟକ୍ରମର ଦାୟିତ୍ୱ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ । ତେବେ ବ୍ୟାଟିଂକୁ ସଶକ୍ତ କରିବାକୁ ଅଧିନାୟକ ରୋହିତ ଆଭେଶ ଖାନଙ୍କ ବଦଳରେ ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରନ୍ତି । ସେ ଏକାଦମରେ ମ୍ୟାଚ୍ ଜିତାଇବାକୁ ସକ୍ଷମ ଅଟନ୍ତି । ଏହାସହ ମ୍ୟାଚ୍ ଶେଷ କରିବା ଦାୟିତ୍ନ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଡେଜାଙ୍କ କାନ୍ଧରେ ରହିବ । ଏପରି ହୋଇପାରେ ବୋଲି ବିଭାଗ ହଂକଂ ବିପକ୍ଷରେ ଅଧିନାୟକ ରୋହିତ ଦୁଇ ଦ୍ରୁତ ବୋଲରଙ୍କ ସହ ପଡିଆକୁ ଓହ୍ଲାଇପାରନ୍ତି । ଏଥିରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଖେଳିବା ନିଶ୍ଚିତ । ଏହାବ୍ୟତୀତ ତୃତୀୟ ବୋଲର ଦାୟିତ୍ୱ ଋଶଭ ପନ୍ତଙ୍କ ଉପରେ ରହିବ । ସେହିପରି ୟୁଜବେନ୍ଦ୍ର ଚହଲ ମଧ୍ୟ ଖେଳିପାରନ୍ତି । ପଞ୍ଚମ ବୋଲରଙ୍କ ଅଭାବ ରବୀନ୍ଦ୍ର ଜାଡେଜା ପୂରଣ କରିପାରନ୍ତି ।