କେନ୍ଦୁଝରରେ ମଦ ବିରୋଧୀ ଆନେ୍ଦାଳନ

Jan 10, 2019 - 18:55
 166
କେନ୍ଦୁଝର,୧୦/୧(ସକାଳଖବର): କେନ୍ଦୁଝର ରେ ମଦ ବିରୋଧ ରେ ଅନ୍ଟା ଭିଡିଲେ ମହିଳା ସଂଙ୍ଗଠନ । ମଦ ମୁକ୍ତ ରାଜ୍ୟ ଗଢିବାକୁ ସରକାର ଙ୍କ ନିକଟରେ ଦାବୀ ଜୋର ଧରିଲା । ଶାନ୍ତି ଶକ୍ତି ମହିଳା ସମାଜ ସୁରକ୍ଷା ମନ୍ଚ ର ଆହ୍ୱାନ କ୍ରମେ ଆଜି ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ ମହିଳା ସହରର ମଧ୍ୟସ୍ଥଳୀ କାଳୀ ପଡିଆ ଠାରେ ଏକତ୍ରୀତ ହୋଇ ଏହ ସଭା କରିଥିଲେ । ମନ୍ଚର ଆବାହିକା ଶର୍ମିଷ୍ଠା ମହାନ୍ତିଙ୍କ କହିବା ଅନୁସାରେ ଆଜିର ସମାଜରେ ଭ୍ରଷ୍ଟାଚାର , ଗଣଧର୍ଷଣ , ହତ୍ୟା ଲୁଣ୍ଠନ ଆଦି ଭଳି ଅପରାଧ ଦିନକୁ ଦିନ ବଢି ବଢି ଚାଲିଛି । ଏହାର ମୂଳ କାରଣ ହୋଇଛି ମଦ୍ୟପାନ । ତେଣୁ ରାଜ୍ୟରେ ମଦ କୁୁ ନିଷେଧ କରି ନିଶାମୁକ୍ତ ରାଜ୍ୟ ଗଠନ କରିବା ସହ ୨୦ ଦଫା ଦାବୀ ନେଇ ଏହି ମନ୍ଚ ମହିଳା ମାନେ ଏକ ବିରାଟ ଶୋଭାଯାତ୍ରା ରେ ଯାଇ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଙ୍କ ଜରିଆରେ ସରକାର ଙ୍କୁ ୨୦ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।