ବିଦ୍ୟୁତ କାଟ ଯୋଗୁଁ ଅସନ୍ତୋଷ

Aug 6, 2018 - 07:30
 154
ବିଦ୍ୟୁତ କାଟ ଯୋଗୁଁ ଅସନ୍ତୋଷ
ଅନୁଗୋଳ, ୬/୮ (ସକାଳଖବର): ବଇଣ୍ଡା ବିଦ୍ୟୁତ ଡ଼ିଭିଜନର ଆନନ୍ଦପୁର ଷ୍ଟ୍ରକଜର ଅଧିନରେ ଥିବା ୧୫ଟି ଗାଁର ଜନସାଧାରଣ ବାରମ୍ବାର ବିଦ୍ୟୁତ କାଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି କନ୍ତପଡ଼ା ବିଦ୍ୟାଳୟଠାରେ ଅଞ୍ଚଳର କିଛି ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଂଶଗ୍ରହଣ କରିଥିବା ଲୋକମାନେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ । ଏତତ୍ବ୍ୟତିତ ଅଞ୍ଚଳକୁ ବିଦ୍ୟୁତ ସରାବରାହ ଆସିବା ଦିନଠାରୁ ବିଦ୍ୟୁତ ତାର ଇନ୍ସଲୁଟର ଡ଼ିସ୍ ଆଦି ବଦଳାଯାଉନାହିଁ । ଫଳରେ ସାଧାରଣ ମେଘ ପବନ ହେବା କ୍ଷଣି କେତେବେଳେ ଡ଼ିସ୍ ଭାଙ୍ଗି ଯାଉଛିତ ଆଉ କେତେବେଳେ ତାର ଛିଣ୍ଡି ଯାଉଛି । ଏଥି ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଆନନ୍ଦପୁର ଷ୍ଟ୍ରକ୍ଜର ଅଧିନରେ ମଇମୁରା, ରଇଡ଼ା, କେଞ୍ଚୁଆନାଳୀ, ଗୋପିନାଥପୁର, କନ୍ତପଡ଼ା, ହାତୀଗେଞ୍ଜ, ସୋମନାଥପୁର, ଗଞ୍ଜଡ଼ା, କଦଳୀବେରେଣୀ, ଲବଙ୍ଗୀ, କଂସାବ, ପୁରାବ, ପିତାବଳୀବାହାଳ ଆଦି ୧୫ଟି ଗାଁକୁ ବିଦ୍ୟୁତ ସରାବରାହ ହୋଇଛି । ଏଣୁଦୀର୍ଘ ବର୍ଷ ବର୍ଷ ଧରି ରହିଥିବା ତାର, ଡ଼ିସ୍ ପରିବର୍ତ୍ତନ କରି ନୂଆ ତାର ଲଗାଇବା ନିମନ୍ତେ ବିଭାଗୀୟ ଏସ୍ଡ଼ିଓ ଏବଂ ଜେଇକୁ ଲିଖିତ ଜଣାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।