ଶୁଳିଆରେ ପଶୁବଳି

Jan 8, 2019 - 19:16
 223
ଶୁଳିଆରେ ପଶୁବଳି
ବଲାଙ୍ଗିର,୮/୧(ସକାଳଖବର): ପ୍ରଶାସନର ସମସ୍ତ କଟକଣା ଓ ବାରଣ ସତ୍ୱେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଂଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ରୀତିନୀତି ମୁତାବକ ନିଜର ଆରାଧ୍ୟ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଶତାଧିକ ପଶୁ ବଳି ଦେଇଛନ୍ତି । ଏହି ସମୟରେ ସେଠାରେ ୪ ଜଣ ମାଜିଷ୍ଟ୍ରେଟ୍, ପୋଲିସ ଅଧିକାରୀ, ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ଥିଲେ ସୁଦ୍ଧା ପରମ୍ପରା ଓ ଲୋକଙ୍କ ଅନ୍ଧବିଶ୍ୱାସ ଆଗରେ ସେମାନେ ମୁଣ୍ଡ ନୁଆଁଇଥିଲେ । ସୋମବାର ମଧ୍ୟରାତ୍ରରେ ଶୁଳିଆଗୁଡ଼ିରେ ନିଶି ପୂଜା ଶେଷ ହୋଇଥିବା ବେଳେ ଆଜି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଦିବାସୀମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଢେ଼ାଲ ନିଶାନର ତାଳେ ତାଳେ ଶୁଳିଆ ଖଳାକୁ ଅସିଥିଲେ । ଏହା ପରେ ପରମ୍ପରା ଅନୁସାରେ ସାନ ଖଳା ଓ ବଡ଼ ଖଳାରେ ଶହ ଶହ ସଂଖ୍ୟାରେ ପଶୁ ବଳି ଦିଆଯାଇଥିଲା । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ଏସପି ଓ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଜଣେ ଡିଏସପି ଓ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିଲେ ।