ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ ; ୬ ଅଟକ

Aug 14, 2018 - 19:43
 139
ଅନୁଗୋଳ -୧୪.୦୮.୨୦୧୮ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଲୋକ ସମ୍ପର୍କ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଗୋଳ ଆସୁଥିବାବେଳେ ପିଟିସି ଛକ ନିକଟରେ କଂଗ୍ରେସକର୍ମୀମାନେ କଳା ପତାକା ପ୍ରଦର୍ଶନ କରି ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ଛଅ ଜଣ କଂଗ୍ରେସ କର୍ମୀଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।