ଓଲଟପୁରରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ଭିତିପ୍ରସ୍ତର
କଣ୍ଟାପଡ଼ା,୨୬/୨(ସକାଳଖବର): ଓଡିଶା ସୁସ୍ଥ , ଶକ୍ତିଶାଳୀ ଏବଂ ସ୍ୱୟଂସମ୍ପନ୍ନ ହେଉ ଏହା ଆମର ଲକ୍ଷ୍ୟ ବୋଲି କଟକ ଜିଲ୍ଲାର ନିଆଳି ବ୍ଲକ ଓଲଟପୁର ଠାରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ ଦିବସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାର ବଡ ବଡ ମେଡିକାଲ ସେଂଟର ଯଥା କଟକ, ବୁର୍ଲା, ବ୍ରହ୍ମପୁର, ଭୁବନେଶ୍ୱରର
ହସ୍ପିଟାଲକୁ ରୋଗୀମାନେ ଗଲେ ଚିକିତ୍ସା ହୋଇପାରନ୍ତି । ବିଶେଷତଃ ମେଡିକାଲରେ ସମ୍ପନ୍ନ ଲୋକମାନେ ଚିକିତ୍ସା ହୋଇପାରୁଥିବା ବେଳେ ଗରିବ ଲୋକମାନେ ଏଥିପାଇଁ ସକ୍ଷମ ହୋଇନଥାନ୍ତି । ଏହାକୁ ଧ୍ୟାନରେ ରଖି ଗ୍ରାମାଂଚଳର ଗରିବ ଲୋକଙ୍କୁ ମେଡିକାଲ ସହାୟତା ସହ ଅନ୍ୟାନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥାକୁ ଏହି ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସହାୟକ ହେବ । ଏହା ପୂର୍ବ ଭାରତ ଓ ଓଲଟପୁର ପାଇଁ ନୂଆ ପରିଚୟ ତିଆରି କରପାରିଛି । ଏହି ହସ୍ପିଟାଲକୁ ଆହୁରି ବଡ କରିବାର ଆବଶ୍ୟକତା ଅଛି । କଟକ, ପୁରୀ, ଜଗତସିଂହପୁରର କେନ୍ଦ୍ରସ୍ଥ ଅଂଚଳ ଓଲଟପୁର । ଓଲଟପୁର ଅଂଚଳରେ କେବଳ ସ୍ନାୟୁ କିମ୍ବା ଅସ୍ଥି ସମ୍ପର୍କର ବିଷୟ ନୁହେଁ, ଗ୍ରାମାଂଚଳର ସ୍ୱାସ୍ଥ୍ୟସେବାକୁ ଧ୍ୟାନ ଦେବା ପାଇଁ ଏଠାରେ ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର ତିଆରି କରାଯିବ । ଭାରତ ସରକାରଙ୍କ ତୈଳ କମ୍ପାନୀ ଓଏନ୍ଜିସି ତରଫରୁ ପାଖାପାଖି ୧୫ ହଜାର ସ୍କୋୟାର ଫୁଟର ୫ ମହଲା ବିଶିଷ୍ଟ କୋଠା ତିଆରି ହେବ । ଫଳରେ ବର୍ଷକୁ ୪୦୦୦ ରୋଗୀ, ୩୦୦୦ ସହାୟକଙ୍କର ଖାଦ୍ୟପେୟ ଓ ରହଣୀ ବ୍ୟବସ୍ଥା ପାଇଁ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟବରାଦରେ ଓଏନଜିସି ତରଫରୁ ୟୁବିଏସଏସକୁ ଦାୟିତ୍ୱ ଦେଇ ଗୋଟିଏ ଅତ୍ୟାଧୁନିକ ଆଧୁନିକ ଧର୍ମଶାଳା ବନେଇବାର ଏଠାରେ ପରିକଳ୍ପନା ଅଛି ବୋଲି ସେ କହିଛନ୍ତି । ଏହି କ୍ଷେତ୍ରରେ ୟୁବିଏସଏସର ପ୍ରଚେଷ୍ଟାକୁ ସମର୍ଥନ କରିଛନ୍ତି । ଉକ୍ରଳ ବିପନ୍ନ ସହାୟତା ସମିତି ବାତ୍ୟା, ବନ୍ୟା ଓ ମରୁଡି ପ୍ରପୀଡିତ ରାଜ୍ୟରେ ବିପନ୍ନ ଲୋକମାନଙ୍କୁ ସାମାଜିକ ସାହାଯ୍ୟ ଯୋଗାଇଦେବାର ୪୫ ବର୍ଷର ଗୋଟିଏ ନିରନ୍ତର ପ୍ରୟାସ ଜାରି ରଖିଛି ।
ନରସେବା ହିଁ ନାରାୟଣ ସେବା । ନରକୁ ସେବା କଲେ ଜଗନ୍ନାଥଙ୍କର ସେବା ହେବ । ଓଡିଆ ଲୋକମାନଙ୍କ ଏହା ସଂସ୍କୃତି । ପଣ୍ଡିତ ଗୋପବନ୍ଧୁ ଦାସ ଲୋକଙ୍କ ସେବା କରିବା ପାଇଁ ଚୁଡା, ଚାଉଳ ବାଂଟିବା ପାଇଁ ଯାଉଥିଲେ । ସେହିପରି ଉକ୍ରଳୀୟ ପରମ୍ପରାକୁ ୟୁବିଏସ୍ଏସ୍ ନେତ୍ୃତ୍ୱରେ ନିରନ୍ତର କାର୍ଯ୍ୟ ଜାରି ରଖିବାର ଆବଶ୍ୟକ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।