ଆମ ଗାଁ, ଆମ ବିକାଶରେ ୩୩.୯୬ କୋଟି ଟଙ୍କା ମଂଜୁର

Sep 11, 2018 - 18:39
 180
ଆମ ଗାଁ, ଆମ ବିକାଶରେ  ୩୩.୯୬ କୋଟି ଟଙ୍କା ମଂଜୁର
ଭୁବନେଶ୍ୱର,୧୧/୯ (ସକାଳଖବର): ଆମ ଗାଁ ଆମ ବିକାଶ ଯୋଜନାରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ୭ଟି ଜିଲ୍ଲାର ୭ଟି ବ୍ଲକର ୧୩୭୧ ପ୍ରକଳ୍ପ ପାଇଁ ୩୩.୯୬ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ଗଂଜାମ ଜିଲ୍ଲାର ଚିକିଟି, ଯାଜପୁର ଜିଲ୍ଲାର ବଡଚଣା, ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ, ଖୋର୍ଧା ଜିଲ୍ଲାର ବାଲିଅନ୍ତା, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ରାୟଗଡା ଜିଲ୍ଲାର ଗୁଡାରୀ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଭୁକ୍ତ । ଆଜି ମୁଖ୍ୟମନ୍ତ୍ରୀ ଚିକିଟି ବ୍ଲକର ୧୭ଟି ପଂଚାୟତ ପାଇଁ ୪.୨୧ କୋଟି ଟଙ୍କାରେ ୯୭ଟି ପ୍ରକଳ୍ପ, ବବଡଚଣା ବ୍ଲକର ୪୩ଟି ପଂଚାୟତ ପାଇଁ ୧୦.୭୫ କୋଟି ଟଙ୍କାରେ ୪୧୧ ଟି ପ୍ରକଳ୍ପ, ହିନେ୍ଦାଳ ବ୍ଲକର ୩୫ଟି ପଂଚାୟତ ପାଇଁ ୭ କୋଟି ଟଙ୍କାରେ ୨୭୯ଟି ପ୍ରକଳ୍ପ, କୃଷ୍ଣ ପ୍ରସାଦ ବ୍ଲକର ୨୧ଟି ପଂଚାୟତ ପାଇଁ ୪.୧୦ କୋଟି ଟଙ୍କାରେ ୨୭୯ଟି ପ୍ରକଳ୍ପ, ବାଲିଅନ୍ତା ବ୍ଲକର ୧୬ଟି ପଂଚାୟତ ପାଇଁ ୪ କୋଟି ଟଙ୍କାରେ ୧୩୮ଟି ପ୍ରକଳ୍ପ, ଗୁଡାରୀ ବ୍ଲକରେ ୪୯ଟି ପ୍ରକଳ୍ପ ପାଇଁ ୧.୦୩ କୋଟି, ମାନେଶ୍ୱର ବ୍ଲକର ୧୧୮ଟି ପ୍ରକଳ୍ପ ପାଇଁ ୨,୮୭ କୋଟି ଟଙ୍କା ମଂଜୁର କରିଥିବା ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଂଚାୟତିରାଜ ବିଭାଗ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।