କରୋନା ମୃତକଙ୍କ ପରିବାରକୁ ପ୍ରତି ମାସରେ ମିଳିବ ୫ ହଜାର

Oct 14, 2021 - 05:59
 85
କରୋନା ମୃତକଙ୍କ ପରିବାରକୁ ପ୍ରତି ମାସରେ ମିଳିବ ୫ ହଜାର
ଥିରୁଅନନ୍ତପୁରମ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ବଡ଼ ଘୋଷଣା ହୋଇଛି। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ କେରଳ ସରକାର ପ୍ରତି ମାସରେ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବେ। ଏହି ଆର୍ଥିକ ସହାୟତା ବାଦ ପୂର୍ବରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ଲାଗୁ ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ। ବୁଧବାର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ତେବେ ବିପିଏଲ୍ କାର୍ଡଧାରୀ ଓ ଗିରବ ଲୋକମାନେ ହିଁ ଏହି ଯୋଜନାର ଲାଭ ପାଇବେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନାରେ ପ୍ରାଣ ହରାଇଥିବା ଲୋକ ଯଦି ବିପିଏଲ ତାଲିକାରେ ରହିଥିବେ, ତା’ହେଲେ ତାଙ୍କ ପରିବାରକୁ ମାସିକ ୫ ହଜାର ଟଙ୍କା ଲେଖାଏ ଦିଆଯିବ। ସେହିପରି ପୂର୍ବରୁ ସେମାନେ ପାଉଥିବା କୌଣସି ସରକାରୀ ଯୋଜନାରୁ ବଞ୍ଚିତ ହେବେନାହିଁ।