କଟକ ବାର୍ ଆସୋସିଏସନ୍ ନିର୍ବାଚନ: ସଭାପତି ଉମାକାନ୍ତ, ସଂପାଦକ ନରେଶ ବିଜୟୀ

Jun 30, 2018 - 18:37
 175
କଟକ,୩୦ା୬(ସକାଳଖବର): କଟକ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଥିବାବେଳେ ସଭାପତି ଭାବେ ଉମାକାନ୍ତ ନନ୍ଦ ନିର୍ବାଚିତ ହୋଇଛନ୍ତି । ସେହିପରି ଉପ ସଭାପତି ଭାବେ କୃପାସିନ୍ଧୁ ସାହୁ, ସଂପାଦକ ଭାବେ ନରେଶ ଚନ୍ଦ୍ର ଜେନା, ଯୁଗ୍ମ ସଂପାଦକ ଭାବେ ଦିଲ୍ଲୀପ କୁମାର ମହାପାତ୍ର, ସହ ସଂପାଦକ ଭାବେ ମମତା ସ୍ୱାଇଁ, କୋଷାଧ୍ୟକ୍ଷ ପଦବିରେ ଦେବୀ ପ୍ରସାଦ ଥାଟରାଜ ବିଜୟୀ ହୋଇଛନ୍ତି । ସେହିପରି ପାଠାଗାର ସଂପାଦକ ଭାବେ ତପସ୍ୱିନୀ ସିହ୍ନା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଆଜି ସକାଳ ୮ଟାରୁ ସର୍ବ ପୁରାତନ କଟକ ବାର୍ ଆସୋସିଏସନରେ ମତଦାନ ଆରମ୍ଭ ହୋଇ ଦିନ ୨ଟାରେ ଶେଷ ହୋଇଥିଲା ।