ନାବଳିକା ଦୁଷ୍କର୍ମ ମାମଲାରେ ଡାକ୍ତରଙ୍କୁ ମିଳିଲାନି ଜାମିନ

Jun 30, 2018 - 18:36
 180
କଟକ,୩୦ା୬(ସକାଳଖବର): ଜଣେ ୩ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଡାକ୍ତର ଚିତ୍ତରଞ୍ଜନ ଦାସଙ୍କ ପୁନଃ ଜାମିନ ଆବେଦନକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ତଥା ତୃତୀୟ ଅତିରିକ୍ତ ଜିଲା ଦୌରାଜଜ ବିକ୍ରମ ପଟ୍ଟନାୟକ ନାମଞ୍ଜୁର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୮୦ବର୍ଷ ବୟସ୍କ ଡାକ୍ତରଙ୍କ ଘରେ ପୀଡିତାଙ୍କ ମାଆ କାମ ଧନ୍ଦା କରିଥାନ୍ତି । ଘଟଣା ଦିନ ପୀଡିତା ମାଆ ସହିତ ଡାକ୍ତର ଘରକୁ ଯାଇଥିବାବେଳେ ଡାକ୍ତର ଜଣକ ଏଭଳି ଅମାନୁଷିକ କାର୍ଯ୍ୟ କରିଥିଲେ । ତେବେ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଦାସଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଅଭିଯୁକ୍ତର ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମେ ମାସ ୧୦ତାରିଖରେ ଖାରଜ କରିବା ପରେ ପୁଣି ସେ ପୋକ୍ସୋ କୋର୍ଟରେ ଜାମିନ ଆବେଦନ କରିଥିଲେ ।