ଅଲଟରନେଟିଭ ମେଡିସିନ ପଞ୍ଜିକୃତ କରିବା ନେଇ ଜବାବ ରଖ-ହାଇକୋର୍ଟ

Jun 30, 2018 - 18:38
 186
କଟକ,୩୦ା୬(ସକାଳଖବର): ଓଡ଼ିଶାରେ ଅଲଟରନେଟିଭ ମେଡିସିନକୁ ପଞ୍ଜିକୃତ କରିବା ନେଇ ହାଇକୋର୍ଟରେ ଦାୟର ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ମାସ ୧ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, କର୍ଣ୍ଣାଟକ ରାଜ୍ୟ ଅଲଟରନେଟିଭ ମେଡିସନକୁ ପଞ୍ଜିକୃତ କରି କାର୍ଯ୍ୟକାରୀ କରିଛନ୍ତି । ତେବେ ଓଡିଶାରେ ଏହାକୁ ପଞ୍ଜିକୃତ କରାଯାଇ ରୋଗୀଙ୍କୁ ଚିକିତ୍ସା କରିବା ଦିଗରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୋରାପୁଟ ଜିଲାର ଡାକ୍ତର ଗୌରହରି ବୈରାଗୀ ଏକ ମାମଲା ରୁଜୁ କରି ଏଥିରେ ସ୍ୱାସ୍ଥ୍ୟ ବିଭାଗ ସଚିବ, ଡିଏମଇଟି, କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।ଏହାପରେ ଶ୍ରୀ ପରିଚ୍ଛାଙ୍କ ପୈତୃକ ଘର, ବଲାଙ୍ଗୀର ଅଫିସ ଚଢାଉ କରାଯାଇଥିଲା । ୧୯୯୮, ଡିସେମ୍ବର ମାସ ୩୧ତାରିଖରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା । ୨୦୦୦, ମାର୍ଚ୍ଚ ମାସ ୧୪ତାରିଖରେ ଚାର୍ଜଫ୍ରେମ କରାଯାଇ ମାମଲାର ଟ୍ରାଏଲ ହୋଇଥିଲା ।