ଫାଶୀ ଦଣ୍ଡାଦେଶ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଆରମ୍ଭ

Jul 16, 2018 - 14:50
 175
ଫାଶୀ ଦଣ୍ଡାଦେଶ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଆରମ୍ଭ
କଟକ,୧୬ା୭(ସକାଳଖବର): ରାୟଗଡ଼ା ଜିଲା ଗୁଣୁପୁର ଅଞ୍ଚଳରେ ଗୁଣି ଗାରେଡ଼ି ସନେ୍ଦହରେ ଏକ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ମାମଲାରେ ସୋମବାର ହାଇକୋର୍ଟ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୂର୍ଣ୍ଣାଙ୍ଗ ଶୁଣାଣି ଆରମ୍ଭ ହୋଇଛି । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ମଧ୍ୟ ଜାରି ରହିବ । ଏଠାରେ ସୂଚନା ଯୋଗ୍ୟ ଯେ ଗୁଣପୁର ଅତିରିକ୍ତ ଦୌରା ଜଜ୍ ଅଦାଲତ ୨୦୧୮ ମସିହା ଏପ୍ରିଲ ମାସ ୧୩ତାରିଖରେ ପ୍ରକାଶିତ ରାୟ ଅନୁମୋଦନ ସଂପର୍କିତ ମାମଲା ହାଇକୋର୍ଟରେ ଦାୟର ହୋଇଥିବା ବେଳେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତଙ୍କ ପକ୍ଷରୁ ଅପିଲ ଦାୟର କରାଯାଇଥିଲା । ତେବେ ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ନିମ୍ନ ଅଦାଲତ ରେକର୍ଡ ଦାଖଲ କରାଯାଇଛି ।