କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ବରୀ ରାଜନୀତି ସରଗରମ

Aug 22, 2018 - 17:59
 213
କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ବରୀ ରାଜନୀତି ସରଗରମ
ବରୀ,୨୨/୮ (ସକାଳଖବର): କଂଗ୍ରେସ ଦଳ ନିର୍ବାଚନ ଯଥେଷ୍ଟ ପୁର୍ବରୁ ଦଳୀୟ ପାର୍ଥୀ ଘୋଷଣା କରିବାକୁ ନିଷ୍ପତି ହୋଇଛି । ଏହାକୁ ନେଇ ଚଳଚଂଚଳ ହୋଇପଡିଛି ବରୀ ରାଜନୀତି । କିଏ ହେବ ବରୀରୁ କଂଗ୍ରେସର ପ୍ରାର୍ଥୀ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବରୀ ନିର୍ବାଚନ ମଣ୍ଡଳୀ ସାଧାରଣତଃ ଅଣକଂଗ୍ରେସ ଗଡ ଭାବେ ଜଣାଶୁଣା । ବିଗତ ·ରୋଟି ନିର୍ବାଚନରେ ଏଠାରୁ କ୍ରମାନ୍ୱୟ ବିଜୁ ଜନତାଦଳର ପ୍ରାର୍ଥୀ ଦେବାଶିଷ ନାଏକ ନିର୍ବାଚିତ ହୋଇଆସୁଛନ୍ତି । ଏହା ପୂର୍ବରୁ ଥରେ ମାତ୍ର କଂଗ୍ରେସ ପାର୍ଥୀ ଚିନ୍ମୟ ପ୍ରସାଦ ବେଉରିଆ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ । ଏଠାରୁ ରାଜନୈତିକ ଭବିଷ୍ୟତ ଆରମ୍ଭ କରିଥିବା ବର୍ତମାନ କଂଗ୍ରେସ ଦଳର ଛାମୁଆ ନେତା ତଥା ସେତେବେଳେର ଜନତା ଦଳର ନେତା ଶ୍ରୀକାନ୍ତ ଜେନା ଏଠାରୁ ତିନି ଥର ନିର୍ବାଚିତ ହୋଇ ରାଜନୀତିରେ ପ୍ରତିଷ୍ଠା ଲାଭ କରିଥିଲେ । ସେହିଦିନଠାରୁ ବରୀ ରାଜନୀତି ଉପରେ ସେ ତାଙ୍କର ପ୍ରାଧାନ୍ୟ ଜାହିର କରି ଆସିଛନ୍ତି । ସେ ଦଳ ବଦଳ କରି ବର୍ତମାନ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ ମଧ୍ୟ ବରୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନରେ ତାଙ୍କର ବିଶେଷ ପ୍ରଭାବ ଅନୁଭୂତ ହୁଏ । ସେ ଅଣକଂଗ୍ରେସ ଦଳରୁ ଆସିଥିବାରୁ କଂଗ୍ରେସ ଦଳର ଅନେକ ପୁରୁଣା ନେତାଙ୍କ ସହିତ ମନାନ୍ତର ରହିଛି । ଏହାକୁ ନେଇ ବରୀ କଂଗ୍ରେସ ସର୍ବଦା ସାଧାରଣତଃ ଦୁଇଭାଗରେ ବିଭକ୍ତ ହୋଇଥାଏ । ବର୍ତମାନର ପିସିସି ସଭାପତି ନିରଜଂନ ପଟ୍ଟନାୟକଙ୍କ ଗୋଷ୍ଠୀ ଓ ଶ୍ରୀକାନ୍ତ ଜେନାଙ୍କ ଗୋଷ୍ଠୀ ମଧ୍ୟରେ ସବୁବେଳେ ଶୀତଳ ଯୁଦ୍ଧ ଲାଗି ରହିଛି । ଏହା କେବଳ ନେତା ମାନଙ୍କ ମଧ୍ୟରେ ସୀମିତ ନହୋଇ କର୍ମୀମାନଙ୍କ ମଧ୍ୟରେ ମଧ୍ୟ ଲାଗି ରହିଛି । ଏହାର ବିଶେଷ ଲାଭ ବିଜୁ ଜନତା ଦଳ ଉଠାଇଥାଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତମାନ ପରିସ୍ଥିତିରେ କଂଗ୍ରେସ ଦଳର ଅନେକ ନେତା ଯଥା ଉମେଶ ଜେନା,ପୁର୍ବତନ ବିଧାୟକ ଚିନ୍ମୟ ବେଉରିଆ,ଷ୍ଟାଲିନ ଜେନା,ବିଷ୍ଣୁ ମହାନ୍ତି, ପିସିସି ସଂପାଦକ ପଦ୍ମାକର ଗୁରୁ ଓ ପିସିସି ମୁଖପାତ୍ର ମନୋଜ ମହାପାତ୍ର ଇତ୍ୟାଦି ଟିକେଟ ଅ ।ଶାୟୀ ଅଛନ୍ତି । ଏହାବାଦ ମଧ୍ୟ ନୁତନ ଚେହେରା ଆବିର୍ଭାବର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ । ସେ ଯାହେଉ ଦିଲ୍ଲୀ କଂଗ୍ରେସ ପାଖରେ ନିଜର ସ୍ଥିତି ରଖିଥିବା ଏହି ପୁର୍ବତନ କେନ୍ଦ୍ରମନ୍ତ୍ରୀ ନିଶ୍ଚୟ ତାଙ୍କ ସମର୍ଥକ ବ୍ୟକ୍ତିକୁ ଦଳୀୟ ପ୍ରାର୍ଥୀ କରିବାକୁ ·ହିଁବେ । ଅପର ପଟେ ବର୍ତମାନର ପିସିସି ସଭାପତି ନିରଜଂନ ପଟ୍ଟନାୟକ ମଧ୍ୟ ତାଙ୍କ ଗୋଷ୍ଠୀରୁ ପ୍ରାର୍ଥୀ ଦେବାକୁ ପ୍ରଚେଷ୍ଟା କରିବେ । ବରୀର ପୁରାତନ କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି ବିଗତ ·ରୋଟି ନିର୍ବାଚନରେ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ଦେଉଥିବାରୁ ଦଳର ବିପର୍ଯୟ ହେଉଛି । ଏଣୁ ଏଥର ନିରଜଂନଙ୍କ ଗୋଷ୍ଠୀ ଯଥା ପୁରାତନ ଗୋଷ୍ଠୀରୁ ପ୍ରାର୍ଥୀ ଦିଆଯିବ ଯାହାଫଳରେ ଅଧିକ ସଂଗଠିତ ହୋଇ ନିର୍ବାଚନ ଲଢିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।