ଅଡୁଆରେ ବିଜେପି ନେତା ସମ୍ବିତ ପାତ୍ର, ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଲେ କୋର୍ଟ

Nov 23, 2021 - 11:52
 55
ଅଡୁଆରେ ବିଜେପି ନେତା ସମ୍ବିତ ପାତ୍ର, ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଲେ କୋର୍ଟ
ନୂଆଦିଲ୍ଲୀ : ଅଡୁଆରେ ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମାଜିକ ଗଣମାଧ୍ୟମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନକଲି ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ। ଆପ୍ ଅଭିଯୋଗ କରିଛି ଯେ, ଏହି ଭିଡିଓ ଜରିଆରେ କେଜ୍ରିଓ୍ଵାଲଙ୍କ ଛବି ମଳିନ କରିବାକୁ ଉଦ୍ୟମ କରାଯାଇଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଏକ କଥିତ ନକଲି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ନେଇ ଥାନାରେ ଅଭିଯୋଗ କରିଥିଲା। ଆପ୍ ଏହି ମାମଲାରେ ସମ୍ବିତ ପାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲା। ସମ୍ବିପାତ୍ର ଗଣମାଧ୍ୟମ ଚ୍ୟାନେଲରେ ବିଜେପିର ଏକ ପରିଚିତ ଚେହେରା। କେଜ୍ରିଓ୍ଵାଲଙ୍କ ଏକ ଭିଡିଓ ସେ ଜାନୁଆରୀ ୩୦ରେ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ