ଓକାକ୍ ସିଇଓଙ୍କୁ ଠକିଥିବା ନାଇଜେରିଆନ୍‌ ଗିରଫ

Nov 23, 2021 - 07:20
 84
ଓକାକ୍ ସିଇଓଙ୍କୁ ଠକିଥିବା ନାଇଜେରିଆନ୍‌ ଗିରଫ
ଭୁବନେଶ୍ୱର: ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍‌ ଆପ୍ ହ୍ୟାକ କରି ଟଙ୍କା ଲୁଟିବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍‌। ସମ୍ପୃକ୍ତ ଅଭିଯୁକ୍ତଜଣକ ନାଇଜେରିଆନ୍ ହୋଇଥିବା ବେଳେ ତାଙ୍କ ନାଁ ଅକ୍ୟୁଦୁରୀ ପାସ୍କେଲ । ପୂର୍ବରୁ ତାଙ୍କର ଜଣେ ସହଯୋଗୀଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଥିଲା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୁଲିସ୍‌ ବାଙ୍ଗାଲୋରରେ ପହଞ୍ଚି ଅକ୍ୟୁଦୁରୀଙ୍କୁ ମାଡ଼ି ବସିଛି। ଅକ୍ୟୁଦୁରୀ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ତାଙ୍କୁ ଧରିଲା ଦିଲ୍ଲୀ ପୁଲିସ୍। ଖବର ପାଇ ବାଙ୍ଗାଲୋର ଗଲା ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ୨ ଜଣିଆ ଟିମ୍ । ସେଠାରେ ଓକାକ୍ ଠକେଇର ଅଧିକ ଖୋଳତାଡ଼ ଓ ସଂପୃକ୍ତି ନେଇ ତଦନ୍ତ କରିବ ଏହି ଟିମ୍ । ଆବଶ୍ୟକ ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।