ଏହି ବଲିଉଡ୍‌ ଷ୍ଟାରଙ୍କର ତିଷ୍ଠି ପାରି ନାହିଁ ଲଭ୍‌ ଲାଇଫ୍ : କିନ୍ତୁ ପରେ ରହିଛି ଭଲ ସମ୍ପର୍କ

Sep 15, 2021 - 10:10
 88
ଏହି ବଲିଉଡ୍‌ ଷ୍ଟାରଙ୍କର ତିଷ୍ଠି ପାରି ନାହିଁ ଲଭ୍‌ ଲାଇଫ୍ : କିନ୍ତୁ ପରେ ରହିଛି ଭଲ ସମ୍ପର୍କ
ମୁମ୍ବାଇ : ବଲିଉଡରେ ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ତାଙ୍କ ସମ୍ପର୍କଙ୍କୁ ନେଇ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି । ହେଲେ କେତେକ କଳାକାରଙ୍କ ସମ୍ପର୍କ ତିଷ୍ଠି ପାରି ନଥିଲା । କାହାର ଲଭ୍ ଲାଇଫ୍‌ରୁ ଆଗକୁ ତିଷ୍ଠି ନଥିଲା ତ ଆଉ କାହାର ବିବାହ ପରେ ଭାଙ୍ଗି ଯାଇଥିଲା । ହେଲେ କଳାକାର ସମ୍ପର୍କ ଠିକ୍‌ ଫିଲ୍ମ କାହାଣୀ ପରି ହୋଇଥାଏ । କେତେବେଳେ ହଠାତ୍‌ ବଦଳିବ ଯିବ ତା’ର କିଛି ସ୍ଥିରତା ନାହିଁ । ଇଣ୍ଡଷ୍ଟ୍ରୀରେ ବିବାହ ଓ ବିଚ୍ଛେଦ ନୂଆ କଥା ନୁହେଁ । କେତେବେଳେ କ’ଣ ହୁଏ କିଛି କହି ହେବନ ନାହିଁ । ତେବେ ବଲିଉଡର ଏମିତି କେତେକ କଳାକାରମାନଙ୍କ ସମ୍ପର୍କର ଅଛି ଯେଉଁମାନେ ଡିଭର୍ସ ହେଉ କିମ୍ବା ବ୍ରେକ୍‌ ପରେ ବି ଭଲ ବନ୍ଧୁତାର ସମ୍ପର୍କ ରଖିଛନ୍ତି । ଦୀପିକା ପାଦୁକୋନ୍‌ ଓ ରଣବୀର କପୁର : ତେବେ ରଣବୀର କପୁର ଓ ଦୀପିକା ପାଦୁକୋନ ଉଭୟେ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଉଭୟେ ନିଜ ରିଲେସନସିପକୁ ନେଇ ସିରିୟସ ମଧ୍ୟ ରହିଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହାଫଳରେ ଉଭୟ ଅଲଗା ହୋଇଯାଇଥିଲେ । ହେଲେ ବ୍ରେକ୍‌ ଅପ୍‌ ହେବା ପରେ ମଧ୍ୟ ଦୁହେଁ କେତେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଆଜି ବି ଦୀପିକା ଓ ରଣବୀରଙ୍କ ମଧ୍ୟରେ ଭଲ ବନ୍ଧୁତାର ସମ୍ପର୍କ ରହିଛି। ଅନୁଷ୍କା ଶର୍ମା ଓ ରଣବୀର ସିଂହ : ରଣବୀର ସିଂହ ଓ ଅନୁଷ୍କା ଶର୍ମାଙ୍କ ସମ୍ପର୍କ ବେଶୀ ଦିନ ଯାଏ ତିଷ୍ଠି ପାରିନଥିଲା । ଉଭୟେ ଜୋୟା ଅଖତରଙ୍କ ଫିଲ୍ମରେ ଏକାଠି କାମ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିପାରିନଥିଲେ । ହେଲେ ଆଜି ବି ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। କ୍ୟାଟ୍ରିନା କୈଫ୍‌ ଓ ସଲ୍‌ମାନ ଖାନ୍‌ : ସଲମାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ସମ୍ପର୍କକୁ ନେଇ କାହାକୁ ଅଛପା ନାହିଁ । ଉଭୟେ ଦୀର୍ଘ ୫ ବର୍ଷ ଧରି ସିରିୟସ ରିଲେସନସିପ୍‌ରେ ଥାଇ ମଧ୍ୟ ପରେ ଅଲଗା ହୋଇଯାଇଥିଲେ । ହେଲେ ଉଭୟେ ଏବେ ବି ଭଲ ବନ୍ଧୁ ଅଛନ୍ତି । ଏକାଠି ଦୁହିଁ ଫିଲ୍ମରେ ଦେଖିବାକୁ ମିଳୁଛି । ଶିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାର : ଯେତେବେଳେ ଶିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାର ‘ ମେ ଖିଲାଡି ତୁ ଅନାଡ଼ି’ ରେ କାମ କରିବା ପରେ ବଲିଉଡରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଥିଲେ । ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରି ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ପରେ ଶିଳ୍ପା ଅକ୍ଷୟଙ୍କ ପ୍ରେମରେ ପଡିଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇ ଯାଇଥିଲା । ପରେ ଶିଳ୍ପା ଅକ୍ଷୟଙ୍କ ଉପରେ ବହୁତ ବର୍ଷିଥିଲେ । କିନ୍ତୁ ଏତେ ସବୁ ପରେ ମଧ୍ୟ ଆଜି ଉଭୟେ ଭଲ ବନ୍ଧୁ ଅଛନ୍ତି ।