ଆଇଲ୍ୟାଣ୍ଡ ମାଲିକାଣି ଜ୍ୟାକଲିନ୍ ଫର୍ଣ୍ଣାଡିସ୍: ସମ୍ପତ୍ତି ଏତିକି କୋଟି

Dec 7, 2021 - 12:25
 80
ଆଇଲ୍ୟାଣ୍ଡ ମାଲିକାଣି ଜ୍ୟାକଲିନ୍ ଫର୍ଣ୍ଣାଡିସ୍: ସମ୍ପତ୍ତି ଏତିକି କୋଟି
ମୁମ୍ବାଇ ୦୭/୧୨ : ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ମଧ୍ୟରେ ଜ୍ୟାକଲିନ ଫର୍ଣ୍ଣାଡିସଙ୍କୁ ନେଇ ଚର୍ଚ୍ଚା ହେଉଛି। ଜ୍ୟାକଲିନଙ୍କୁ ରବିବାର ଦିନ ମୁମ୍ବାଇ ବିମାନବନ୍ଦରରେ ହେପାଜତକୁ ନେଇଥିଲା। ପରେ ପଚରାଉଚୁରା କରି ଛାଡି ଦେଇଥିଲା। ଇଡି ତାଙ୍କୁ ପୁଣିଥରେ ପେଶ ହେବାକୁ ସମନ ଜାରି କରିଛି। ମନିଲଣ୍ଡ୍ରିଙ୍ଗ ମାମଲାରେ ଇଡି ତାଙ୍କୁ ପଚରାଉଚୁରା କରୁଛି। ତେବେ ଜ୍ୟାକଲିନଙ୍କ ସମ୍ପତ୍ତି କେତେ ଜାଣିବା। ଜ୍ୟାକଲିନ ଫର୍ଣ୍ଣାଡିସ ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଶ୍ରୀଲଙ୍କା ବାସିନ୍ଦା ଏବଂ ବର୍ତ୍ତମାନ ସେ ଶ୍ରୀଲଙ୍କାରେ ଗୋଟିଏ ଆଇଲ୍ୟାଣ୍ଡର ମାଲିକାଣି। ସଲମାନ ଖାନଙ୍କ ସହ ତାଙ୍କର ଭଲ ବନ୍ଧୁତା ଅଛି। ସେ ଫିଲ୍ମ ଛଡା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଇଭେଣ୍ଟରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି। ରିପୋର୍ଟ ଅନୁଯାୟୀ, ଜ୍ୟାକଲିନଙ୍କ ମୋଟ ସମ୍ପତ୍ତି ୧୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୭୫ କୋଟି ଟଙ୍କା। ତାଙ୍କର ବାର୍ଷିକ ଆୟ ୮ କୋଟି ଟଙ୍କା। ୨୦୧୯ରେ ଫୋର୍ବ୍ସ ଇଣ୍ଡିଆ ଜ୍ୟାକଲିନଙ୍କ ମୋଟ ସମ୍ପତ୍ତି ୯.୫୦ କୋଟି ଟଙ୍କା ବୋଲି ଦର୍ଶାଇଥିଲା। ୨୦୦ କୋଟି ମନିଲଣ୍ଡ୍ରିଙ୍ଗ ମାମଲାରେ ଇଡି ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଅଭିନେତ୍ରୀ ଲିନା ମାରିଆ ଓ ଅନ୍ୟ ୬ଜଣଙ୍କ ବିରୋଧରେ ୭୦୦୦ ପୃଷ୍ଠାର ଚାର୍ଜସିଟ ଦାଏର କରିଛି। ଚାର୍ଜସିଟରେ ଯାଞ୍ଚ ଏଜେନ୍ସି କହିଛି ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି ଯେଉଁଥିରେ ୫୨ ଲକ୍ଷର ଘୋଡା ୦ ୯ ଲକ୍ଷର ଫରାସୀ ବିଲ ମଧ୍ୟ ଅଛି।